ଦେଶର ପ୍ରଥମ ମହିଳା ସଞ୍ଚାଳିତ ରେଲୱେ ଷ୍ଟେସନ ସମ୍ପର୍କରେ ଜାଣନ୍ତି କି ?

ମୁମ୍ବାଇ(ଓଡିଶା ରିପୋର୍ଟର): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ଭଳି ମାର୍ଚ୍ଚ ୮ତାରିଖରେ ବିଶ୍ୱ ପାଳୁଛି ଏହି ଦିବସ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କ କୃତିତ୍ୱକୁ ସମ୍ମାନର ସହ ମନେ ପାକାଉଛି ବିଶ୍ୱ। ତା’ ହେଲେ ଆସନ୍ତୁ ଜାଣିବା ସେଭଳି କିଛି ମହିଳାଙ୍କ ସମ୍ପର୍କରେ ଯେଉଁମାନଙ୍କୁ ନେଇ ଆମ ଗର୍ବ ଅନୁଭବ କରୁ। ଆଜି ଆପଣଙ୍କୁ କହିବାକୁ ଯାଉଛୁ ମୁମ୍ବାଇ ମାଟୁଗାଁ ରେଲୱେ ଷ୍ଟେସନ ବିଷୟରେ। ଯାହାକୁ ଦେଶର ପ୍ରଥମ ମହିଳା ଷ୍ଟେସନ ଭାବେ […]

woman

woman

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 06:02 PM IST

Sports

Latest News

ମୁମ୍ବାଇ(ଓଡିଶା ରିପୋର୍ଟର): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ଭଳି ମାର୍ଚ୍ଚ ୮ତାରିଖରେ ବିଶ୍ୱ ପାଳୁଛି ଏହି ଦିବସ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କ କୃତିତ୍ୱକୁ ସମ୍ମାନର ସହ ମନେ ପାକାଉଛି ବିଶ୍ୱ। ତା’ ହେଲେ ଆସନ୍ତୁ ଜାଣିବା ସେଭଳି କିଛି ମହିଳାଙ୍କ ସମ୍ପର୍କରେ ଯେଉଁମାନଙ୍କୁ ନେଇ ଆମ ଗର୍ବ ଅନୁଭବ କରୁ।

ଆଜି ଆପଣଙ୍କୁ କହିବାକୁ ଯାଉଛୁ ମୁମ୍ବାଇ ମାଟୁଗାଁ ରେଲୱେ ଷ୍ଟେସନ ବିଷୟରେ। ଯାହାକୁ ଦେଶର ପ୍ରଥମ ମହିଳା ଷ୍ଟେସନ ଭାବେ ତିଆରି କରାଯାଇଛି। ଏହି ଷ୍ଟେସନର ଖାଲି ମହିଳାମାନେ କାର୍ଯ୍ୟ କରିଥାନ୍ତି। ଏହି କାରଣରୁ ଷ୍ଟେସନଟି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛି।

ଏହି ଷ୍ଟେସନରେ ୪୧ ଜଣ ମହିଳା କାର୍ଯ୍ୟ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ବୁକିଂ କ୍ଲର୍କ, ୬ଜଣ ଆରପିଏଫ୍‌ ପର୍ସନାଲ, ୮ଜଣ ଟିଟି, ୫ଜଣ ପଏଣ୍ଟ ପର୍ସନ, ୨ଜଣ ରେଲୱେ ଘୋଷକ ଓ ୨ ଜଣ ମହିଳା ସଫେଇବାଲା ରହିଛନ୍ତି। ଷ୍ଟେସନ ମ୍ୟାନେଜର ମମତା କୁଲକଣ୍ଣୀ ଷ୍ଟେସନରେ କାମ କରୁଥିବା  ସମସ୍ତ ମହିଳାଙ୍କର କଥା ବୁଝିଥାନ୍ତି।

୧୯୯୨ ମସିହାରେ ମମତା ମୁମ୍ବାଇ ଡିଭିଜନରେ ପ୍ରଥମ ମହିଳା ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos