ସାବାସ୍ ଜିଲ୍ଲାପାଳ: ନିଜ ଡ୍ରାଇଭରଙ୍କୁ ଏମିତି ଢଙ୍ଗରେ ଦେଲେ ଅବସର, କନ୍ଦେଇ ଦେଲେ...

ମୁଙ୍ଗେର (ବିହାର): ଚାକିରିରୁ ଅବସର ନେବା ପରେ ଏମିତି ସମ୍ମାନ ପାଇବେ ବୋଲି କେବେ ଆଶା କରି ନଥିଲେ ସଂପତ ରାମ। କାରଣ ସେ କୌଣସି ହାକିମ ନଥିଲେ। ହାକିମଙ୍କ ଡ୍ରାଇଭର ଥିଲେ। ୩୪ ବର୍ଷ ୭ ମାସ ୧୩ ଦିନ ଧରି ସରକାରୀ ଡ୍ରାଇଭର ଭାବେ ସେବା ଯୋଗାଇ ଦେବା ପରେ ଗତ ଶନିବାର ସେ କାର୍ଯ୍ୟରୁ ଅବସର ନେଇଥିଲେ। ସେହିଦିନ ବିହାରର ମୁଙ୍ଗେର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତାଙ୍କ ସହିତ ଆଉ ଜଣେ କର୍ମଚାରୀ […]

munger

munger

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 06:03 PM IST

Sports

Latest News

ମୁଙ୍ଗେର (ବିହାର): ଚାକିରିରୁ ଅବସର ନେବା ପରେ ଏମିତି ସମ୍ମାନ ପାଇବେ ବୋଲି କେବେ ଆଶା କରି ନଥିଲେ ସଂପତ ରାମ। କାରଣ ସେ କୌଣସି ହାକିମ ନଥିଲେ। ହାକିମଙ୍କ ଡ୍ରାଇଭର ଥିଲେ। ୩୪ ବର୍ଷ ୭ ମାସ ୧୩ ଦିନ ଧରି ସରକାରୀ ଡ୍ରାଇଭର ଭାବେ ସେବା ଯୋଗାଇ ଦେବା ପରେ ଗତ ଶନିବାର ସେ କାର୍ଯ୍ୟରୁ ଅବସର ନେଇଥିଲେ। ସେହିଦିନ ବିହାରର ମୁଙ୍ଗେର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତାଙ୍କ ସହିତ ଆଉ ଜଣେ କର୍ମଚାରୀ ପରମେଶ୍ୱର କୁମାର ବି ଅବସର ଗ୍ରହଣ କରିଥିଲେ। ଏହି ଅବସରରେ ଅଫିସ୍‌ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।  କାର୍ଯ୍ୟକ୍ରମ ଶେଷ ହେବା ପରେ ସଂପତ ରାମ ଘରକୁ ଯିବାକୁ ବାହାରିଥିଲେ। ବାସ୍‌, ତାଙ୍କୁ ଅପେକ୍ଷା କରି ରହିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତାଙ୍କୁ ଘରେ ଛାଡ଼ି ଦେବା ପାଇଁ ବାହାରି ଆସିଥିଲେ ନିଜେ ଜିଲ୍ଲାପାଳ ଉଦୟ କୁମାର ସିଂହ। ସେ ସଂପତଙ୍କୁ ବିନମ୍ରତାର ସହ କହିଥିଲେ,‘ଆଜି ଆପଣ ଗାଡ଼ିର ପଛ ସିଟ୍‌ରେ ବସନ୍ତୁ। ମୁଁ ଆପଣଙ୍କୁ ଘରେ ଛାଡ଼ି ଆସିବି।”  ତା’ପରେ ଜିଲ୍ଲାପାଳ ତାଙ୍କୁ ଘରେ ଛାଡ଼ି ଥିଲେ।

sampatସଂପତଙ୍କ ଆଖିରେ ଲୁହ

ଏ ଘଟଣା ସଂପର୍କରେ ବର୍ଣ୍ଣନା କରି ସଂପତ ରାମ କହିଛନ୍ତି,“ଡିଏମ୍‌ ସାହେବ ମୋତେ ଗାଡ଼ିରେ ବସିବାକୁ କହିଲେ। ମୁଁ ମୋ ସିଟ୍‌ରେ ବସିବାକୁ ଗଲା ବେଳେ ସେ ବାରଣ କଲେ ଓ ପଛ ସିଟ୍‌ରେ ବସିବାକୁ କହିଲେ। ସେ ନିଜେ ଗାଡ଼ି ଚଲାଇବେ ବୋଲି କହିଥିଲେ। ମୁଁ କିଛି ବୁଝି ପାରିଲି ନାହିଁ। ସାହେବ କେବେ ଗାଡ଼ି ଚଲାଇବା ମୁଁ ଦେଖି ନଥିଲି। ମୁଁ ଚୁପ୍‌ଚାପ ତାଙ୍କୁ ଗାଡ଼ିର ଚାବି ଦେଇ ଦେଲି। ସେ ମୋ ପାଇଁ ଗାଡ଼ିର ପଛ ଦ୍ୱାର ମଧ୍ୟ ଖୋଲି ଦେଇଥିଲେ। ସିଟ୍‌ରେ ବସିବା ବେଳେ ମୋ ଆଖିରୁ ଲୁହ ବହି ଆସିଲା। ତା’ପରେ ସାହେବ ଗାଡ଼ି ଚଲାଇ ମୋତେ ଆଣି ଘରେ ଛାଡ଼ିଲେ। ଏହା ଦେଖି ଆମ ଘର ପାଖ ଲୋକେ ବି ଆଶ୍ଚର୍ଯ୍ୟ ହୋଇଗଲେ। ମୋର କିଛି ହୋଇଯାଇଛି ବୋଲି ସେମାନେ ଭାବି ନେଇଥିଲେ। ବୋଧହୁଏ ବିହାରରେ ଏମିତି ପ୍ରଥମ ଥର ଘଟିଥିବ।”

ଏମିତି ସମ୍ମାନ କେବେ ଆଶା କରିନଥିଲି

ଚାକିରିରୁ ଅବସର ନେବା ପରେ ଏମିତି ସମ୍ମାନ ମିଳିବ ବୋଲି ସେ କେବେ ଆଶା କରି ନଥିଲେ ବୋଲି କହିଛନ୍ତି ସଂପତ ରାମ।

ଆତ୍ମାର ସ୍ୱର

ଜିଲ୍ଲାପାଳ କହିଛନ୍ତି,“ଯେଉଁ ଲୋକ ଗଲା ୩୫ ବର୍ଷ ହେଲାଣି ସେବା କରି ଆସୁଥିଲେ ତାଙ୍କର ଗୋଟିଏ ଦିନ ସେବା କରିବାକୁ ମୋ ଆତ୍ମା ମୋତେ କହିଥିଲା। ତାଙ୍କ ଅଜାଣତରେ ମୁଁ ତାଙ୍କର ଅବସର ଦିନ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲି। ଏହା କୌଣସି ଆଇଡିଆ ନୁହେଁ। ଏହା ଥିଲା ଆତ୍ମାର ସ୍ୱର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story