ବଗିଚାରେ ଲଗାନ୍ତୁ ଏହି ଗଛ: ଦୂର ହୋଇଯିବ ଅର୍ଥାଭାବ

Untitled

ଘରେ ଓ ବାଡିରେ ଗଛ ଲଗାଇବା ପଛରେ ବହୁତ ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ବଗିଚାରେ ଗଛ ଲଗାଇବା ଦ୍ୱାରା ଆମକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିବା ସହ ଘରର ବାତାବରଣ ଶୁଦ୍ଧ ରହିଥାଏ। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଗଛ ଘରର ନକାରାତ୍ମକ ଶକ୍ତିକୁ ଦୂର କରି ଘରେ ସୁଖ ଓ ସମୃଦ୍ଧି ଆଣିଥାଏ। ଗଛ ଲଗାଇବା ପଛରେ କିଛି ବାସ୍ତୁ ନିୟମ ମଧ୍ୟ ରହିଛି। ବାସ୍ତୁ ଅନୁଯାୟ କିଛି ଗଛ ଶୁଭ ହୋଇଥିବା ବେଳେ କିଛି ଅଶୁଭ ହୋଇଥାଏ। ସେହିପରି କିଛି ଗଛ ଏଭଳି ଅଛି ଯାହାକୁ ଲଗାଇଲେ କେବେ ଆର୍ଥିକ ସମସ୍ୟାରେ ପଡ଼ିବେ ନାହିଁ। ବାୟ୍ତୁ ନିୟମ ଅନୁଯାୟୀ ଏହି ଛଅଟି ଘଛ ବଗିଚାରେ ଲଗାନ୍ତୁ, ସମସ୍ୟା ଦୂର ହୋଇଯିବ।

tulsiତୁଳସୀ ଗଛ: ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ। ଯଦି ତୁଳସୀ ଗଛ ଆପଣଙ୍କ ଘରେ ଅଛି ତେବେ ଆପଣଙ୍କ ଘରୁ ସବୁ ପ୍ରକାରର ନକାରତ୍ମକ ଶକ୍ତି ଦୂରେଇ ହୋଇଯିବ। ତୁଳସୀ ନାରାୟଣ ପ୍ରିୟା। ତେଣୁ ଯାହା ଘରେ ତୁଲସୀ ଅଛି ସେ ଘରେ କେବେ କୌଣସି ଜିନିଷର ଅଭାବ ହୁଏ ନାହିଁ। ତେବେ ଏତିକି ମନେ ରଖନ୍ତୁ, ତୁଳସୀ ଗଛକୁ ଆପଣ ଠିକ୍ ଭାବେ ପୂଜା କରୁଥିବା ଉଚିତ୍।

5 Curry treeଭୃସଙ୍ଗ ପତ୍ର: ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛର ବହୁତ ମହତ୍ୱ ରହିଛି। ଏହାକୁ ଲଗାଇଲେ ଆପଣଙ୍କ ଉପରେ ଶନି, ରାହୁ ଓ କେତୁ ପ୍ରସନ୍ନ ରହିବେ।

amla1-treeଅଁଳା: ଅଁଳାକୁ ବାଡିରେ ଲଗାଇଲେ ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଅଁଳାରେ ଭଗବାନ କୃଷ୍ଣ ବା ବିଷ୍ଣୁଙ୍କ ବାସ ରହିଥାଏ। ତେଣୁ ଭଗବାନ ବିଷ୍ଣୁଙ୍କ ସହ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ବାସ କରିବେ। ଯଦି ବାଡିରେ ଅଁଳା ଗଛ ଲଗାଇବାକୁ ସମସ୍ୟା ରହିଛି ତେବେ ଘରେ ଏହାର ଫଟୋ ଟାଙ୍ଗି ପାରିବେ।

ganga-siuliଗଙ୍ଗ ଶିଉଳୀ: ଏହି ବୃକ୍ଷର ବିଶେଷତା ହେଉଛି ଏହାକୁ ଛୁଇଁବା ମାତ୍ରେ ହିଁ ସମସ୍ତ ଥକାପଣ ଦୂର ହୋଇଥାଏ। ଏହା ଦେବତାଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ ଯେଉଁ ଲୋକର ବଗିଚାରେ ଏହି ଗଛ ଥାଏ ସେ ଘରେ ଦେବତା ବାସ କରନ୍ତି, ସେ ଘରେ କେବେ ହେଲେ ଦରିଦ୍ରତା ଦେଖାଦିଏ ନାହିଁ। ଏଥିସହ ଏହାର ସୁଗନ୍ଧିତ ଫୁଲ ବାତାବରଣକୁ ସୁଦ୍ଧ ଓ ସୁଗନ୍ଧଭରା କରିଥାଏ।

banana treeକଦଳୀ ଗଛ: କୁହାଯାଏ ଯେ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଗୁରୁବାର ଏହାର ପୂଜା କଲେ ଘରେ ଳକ୍ଷ୍ମୀଙ୍କ ବାସ ହୋଇଥାଏ। ଏହି ଗଛର ଛାଇରେ ବସି ପଢ଼ିଲେ ପାଠ ବହୁତ ଶୀଘ୍ର ମନେ ରହିଥାଏ।

sami-treeଶମୀ ଗଛ: ଏହି ଗଛକୁ ଏପରି ସ୍ଥାନରେ ଲଗାଇବା ଉଚିତ୍, ଯେତେବେଳେ ଆପଣ ଘରୁ ବାହାରିବେ ଏହା ଡାହାଣ ପଟେ ପଡ଼ୁଥିବ। ଶମୀ ଗଛକୁ ପୂଜା କଲେ ଘରେ ଶନିଙ୍କ ପ୍ରକୋପ ପଡ଼ି ନଥାଏ। ଏହା ଅଟକି ରହିଥିବା କାମ ପୂରା କରିବାରେ ସାହାଯ୍ୟ କରିଥାଏ। ଶମୀ ଗଛ ଗଣେଶଙ୍କର ଅତି ପ୍ରିୟ। ତେଣୁ ଗଣେଶଙ୍କ ପୂଜାରେ ଶମୀ ପତ୍ର ପ୍ରଦାନ କରାଯାଇଥାଏ।

Previous ArticleNext Article

Send this to a friend