ଡାକ ବିଭାଗର ‘ମାଇଁ ଷ୍ଟାମ୍ପ ଯୋଜନା’: ଲୋକେ ଛପାଇ ପାରିବେ ନିଜ ପସନ୍ଦର ଟିକଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଡାକ ସେବାକୁ ଅଧିକ ଲୋକାଭିମୁଖୀ କରାଯାଉଛି। ଇଣ୍ଟରନେଟ ଯୁଗରେ ପୋଷ୍ଟାଲର ଚାହିଦାକୁ ଲୋକଙ୍କ ପାଖରେ ହଞ୍ଚାଇବା ପାଇଁ ଜାତୀୟ ପୋଷ୍ଟାଲ୍ ସପ୍ତାହ ଅବସରରେ ଡାକ ବିଭାଗ ପକ୍ଷରୁ ‘ମାଇଁ ଷ୍ଟାମ୍ପ ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନାରେ ଯେ କୌଣସି ବ୍ୟକ୍ତି ନିଜର କିମ୍ବା ନିଜ ପସନ୍ଦର କାହାର ବି ଫଟୋ ଦେଇ ଡାକଟିକଟ ଛପାଇ ପାରିବେ। ୫ ଟଙ୍କା ମୂଲ୍ୟର ୬ଟି ଡାକ ଟିକଟ ପାଇଁ ୩ ଶହ ଟଙ୍କା ଦେବାକୁ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 06:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଡାକ ସେବାକୁ ଅଧିକ ଲୋକାଭିମୁଖୀ କରାଯାଉଛି। ଇଣ୍ଟରନେଟ ଯୁଗରେ ପୋଷ୍ଟାଲର ଚାହିଦାକୁ ଲୋକଙ୍କ ପାଖରେ ହଞ୍ଚାଇବା ପାଇଁ ଜାତୀୟ ପୋଷ୍ଟାଲ୍ ସପ୍ତାହ ଅବସରରେ ଡାକ ବିଭାଗ ପକ୍ଷରୁ ‘ମାଇଁ ଷ୍ଟାମ୍ପ ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନାରେ ଯେ କୌଣସି ବ୍ୟକ୍ତି ନିଜର କିମ୍ବା ନିଜ ପସନ୍ଦର କାହାର ବି ଫଟୋ ଦେଇ ଡାକଟିକଟ ଛପାଇ ପାରିବେ। ୫ ଟଙ୍କା ମୂଲ୍ୟର ୬ଟି ଡାକ ଟିକଟ ପାଇଁ ୩ ଶହ ଟଙ୍କା ଦେବାକୁ ପଡ଼ିବ। ଓଡ଼ିଶାର କଟକ, ଭୁବନେଶ୍ୱର ସମେତ ସମସ୍ତ ମୁଖ୍ୟ ଡାକଘରେ ଏହି ସୁବିଧା ଉପଲବ୍ଧ ହେବ।

ଡାକ ସେବାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗ୍ରାମାଞ୍ଚଳରେ ଥିବା ସମସ୍ତ ପୋଷ୍ଟ ଅଫିସରେ ସ୍ପିଡ୍ ପୋଷ୍ଟ ସେବା ଉପଲବ୍ଧ ହେବ। ପୂର୍ବରୁ ରାଜ୍ୟରେ ଥିବା ୮୧୭୫ଟି ପୋଷ୍ଟ ଅଫିସରୁ ୧୨୦୪ଟି ପୋଷ୍ଟ ଅଫିସରେ ସ୍ପିଡ୍ ପୋଷ୍ଟ ସେବା ଉପଲବ୍ଧ ହେଉଥିଲା। ଏବେ ଅନ୍ୟ ୬୯୭୧ଟି ପୋଷ୍ଟ ଅଫିସରେ ଏହି ସେବା ଉପଲବ୍ଧ ହେବ। କେବଳ ସେତିକି ନୁହେଁ, ସମଗ୍ର ରାଜ୍ୟର ୬୨୩୪ଟି ଗ୍ରାମପଞ୍ଚାୟତରୁ ବର୍ତ୍ତମାନ ୫୬୫୬ଟି ଗ୍ରାମପଞ୍ଚାୟତରେ ପୋଷ୍ଟ ଅଫିସ ରହିଛି। ମାଓ ଉପଦ୍ରୁତ କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଅନେକ ପଞ୍ଚାୟତରେ ପୋଷ୍ଟ ଅଫିସ ନାହିଁ। ୪୦ଟି ପଞ୍ଚାୟତରେ ଖୁବ୍ ଶୀଘ୍ର ପୋଷ୍ଟ ଅଫିସ ଖୋଲାଯିବ ବୋଲି ପ୍ରଧାନ ମୁଖ୍ୟ ଡାକପାଳ ଡଃ ସନ୍ତୋଷ କୁମାର କମିଳା କହିଛନ୍ତି।

ବର୍ତ୍ତମାନ ଡାକ କାମ ବ୍ୟତୀତ ସାଉଥ୍‌କୋ ଓ ୱେସ୍କକୋ ବିଦ୍ୟୁତ ବିଲ୍ ଆଦାୟ କାମ ମଧ୍ୟ ଡାକ ବିଭାଗ କରୁଛି। ସେହିଭଳି ପୋଷ୍ଟ ଅଫିସରରେ ମଧ୍ୟ ଆଧାର କାର୍ଡ ଅପ୍‌ଡେଟ୍‌ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos