ଏମିତି ସ୍ଥିତିରେ ମନ୍ଦିରରେ ପ୍ରବେଶ କରୁଥିବା ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡନ୍ତି ମହୁମାଛି

ହାଇଦ୍ରାବାଦ୍: ଦେଶରେ ଅନେକ ମନ୍ଦିର ରହିଛି, ଯାହା ଆମ ପରମ୍ପରା ଓ ଐତିହ ବହନ କରିଛି। ଏହି ମନ୍ଦିରଗୁଡ଼ିକ କିଛି ସ୍ୱତନ୍ତ୍ରତା ଲାଗି ପ୍ରସିଦ୍ଧ ହୋଇଛି। ଏମିତି ଏକ ମନ୍ଦିର ହେଉଛି ତେଲେଙ୍ଗାନାର ନାଲ୍ଲମାଲା ଫରେଷ୍ଟ ରେଞ୍ଜସ୍ଥିତ ନେମାଲିଙ୍ଗୁଦଲା ରଙ୍ଗନାୟକା ମନ୍ଦିର। ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ମନ୍ଦିରରେ ରହିଛି ଅଜବ ପରମ୍ପରା। ଯାହା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହେବେ। ପ୍ରତିବର୍ଷ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ମନ୍ଦିରରେ ଏକ ବିଚିତ୍ର ମାନ୍ୟତା ରହିଛି। […]

Untitled

Untitled

Rakesh Mallick
  • Published: Friday, 30 March 2018
  • Updated: 30 March 2018, 05:47 PM IST

Sports

Latest News

ହାଇଦ୍ରାବାଦ୍: ଦେଶରେ ଅନେକ ମନ୍ଦିର ରହିଛି, ଯାହା ଆମ ପରମ୍ପରା ଓ ଐତିହ ବହନ କରିଛି। ଏହି ମନ୍ଦିରଗୁଡ଼ିକ କିଛି ସ୍ୱତନ୍ତ୍ରତା ଲାଗି ପ୍ରସିଦ୍ଧ ହୋଇଛି। ଏମିତି ଏକ ମନ୍ଦିର ହେଉଛି ତେଲେଙ୍ଗାନାର ନାଲ୍ଲମାଲା ଫରେଷ୍ଟ ରେଞ୍ଜସ୍ଥିତ ନେମାଲିଙ୍ଗୁଦଲା ରଙ୍ଗନାୟକା ମନ୍ଦିର। ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ମନ୍ଦିରରେ ରହିଛି ଅଜବ ପରମ୍ପରା। ଯାହା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହେବେ।

ପ୍ରତିବର୍ଷ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ମନ୍ଦିରରେ ଏକ ବିଚିତ୍ର ମାନ୍ୟତା ରହିଛି। ଏହି ମାନ୍ୟତା ଅନୁସାରେ ରୃତୁଶ୍ରାବ ହୋଇଥିବା ମହିଳାଙ୍କୁ ମନ୍ଦିରରେ ପ୍ରବେଶ କରନ୍ତି ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଜାଣିଛନ୍ତି, ଏମିତି ସ୍ଥିତିରେ ମନ୍ଦିରକୁ ଆସୁଥିବା ମହିଳାଙ୍କୁ ମହୁମାଛି ଗୋଡ଼ାଇ ଗୋଡ଼ାଇ କାମୁଡ଼ନ୍ତି। ଯଦି କୌଣସି ମହିଳା ମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୁଅନ୍ତି, ତାହେଲେ ତାଙ୍କର ଋତୁଶ୍ରାବ ସମୟ ଚାଲିଛି ବୋଲି ଆଖପାଖ ଲକେ ଭାବିନିଅନ୍ତି। ଓ ସମ୍ପୃକ୍ତ ମହିଳାଙ୍କୁ ମନ୍ଦିରୁ ଚାଲିଯିବାକୁ କୁହାଯ।ଏ। ଏପରି କରି ମହୁମାଛିମାନେ ମନ୍ଦିରର ପବିତ୍ରତାକୁ କାଏମ ରଖୁଛନ୍ତି ବୋଲି ଲୋକମାନଙ୍କର ଧାରଣା।

ମନ୍ଦିରର ଇତିହାସ: ମନ୍ଦିରରେ ମହାବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଇତିହାସ ଅନୁସାରେ ୧୫୦୦ ବର୍ଷ ପୂର୍ବେ ଶ୍ରୀ ମହାବିଷ୍ଣୁଙ୍କର ବିବାହ ରଙ୍ଗା ନାମକ ଏକ ଆଦିବାସୀ ମହିଳାଙ୍କ ସହିତ ହୋଇଥିଲା। ଏଥିପାଇଁ ତାଙ୍କ ନାଁ ରଙ୍ଗନାୟକା ହୋଇଛି।

ବିଶ୍ୱାସ ଓ ଅନ୍ଧବିଶ୍ୱାସ: ଏ ବିଷୟରେ ଅନେକ ମହିଳା ମଧ୍ୟ ମତ ଦିଅନ୍ତି। ସେମାନଙ୍କ କହିବାକଥା ହେଲା ମାସିକ ଧର୍ମ ଚାଲିଥିବା ବେଳେ ସେମାନେ ମନ୍ଦିର ଆସିବାକୁ ଡରନ୍ତି। ଯେଉଁ ପୁରୁଷମାନେ ରୃତୁଶ୍ରାବ ହୋଇଥିବା ମହିଳାଙ୍କୁ ଏଠାକୁ ନେଇ ଆସନ୍ତି ସେମାନଙ୍କୁ ମଧ୍ୟ ମହୁମାଛି କାମୁଡ଼ି ଗୋଡ଼ାନ୍ତି  ବୋଲି କୁହାଯାଏ। ଏପଟେ କିନ୍ତୁ ବିଜ୍ଞାନ ଏହାକୁ ଅସ୍ୱୀକାର କରୁଛି। ଏହା କେବଳ ଏକ ଅନ୍ଧବିଶ୍ୱାସ ବୋଲି ବିଜ୍ଞାନ କହୁଥିବା ବେଳେ ଏବିଷୟରେ କୌଣସି ପ୍ରମାଣ ଯୋଗାଡ଼ କରିପାରି ନାହିଁ। ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଚେଷ୍ଟାରତ ଏକ ସଂଗଠନ 'ବିଜ୍ଞାନ ବେଦିକା' କିନ୍ତୁ କହୁଛି ଯେ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରିବା ପାଇଁ ଏହା ଏକ ପ୍ରତିବନ୍ଧକ ଛଡ଼ା ଆଉ କିଛି ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos