ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଜି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ମହାନଦୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ନରସିଂହ ଅଭିଯୋଗ କରିଛନ୍ତି। ୨୦୧୦ ଅଗଷ୍ଟ ୫ ତାରିଖରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉତ୍ତର ମୁଖ୍ୟମନ୍ତ୍ରୀ ଭୁଲ୍ ତଥ୍ୟ ରଖିଥିଲେ ବୋଲି ସେ କହିଛନ୍ତି। ଏଥିସହିତ ଗୃହରେ ମିଥ୍ୟା ବିବୃତ୍ତି ଦିଆଯାଇଥାଏ ବୋଲି ପୂର୍ବରୁ କହିଥିଲେ ବିଜେଡି ମୁଖପାତ୍ର ଅନନ୍ତ ଦାସ। ତେଣୁ […]

narasingha

narasingha

Rakesh Mallick
  • Published: Thursday, 15 December 2016
  • Updated: 15 December 2016, 07:54 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଜି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ମହାନଦୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ନରସିଂହ ଅଭିଯୋଗ କରିଛନ୍ତି। ୨୦୧୦ ଅଗଷ୍ଟ ୫ ତାରିଖରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉତ୍ତର ମୁଖ୍ୟମନ୍ତ୍ରୀ ଭୁଲ୍ ତଥ୍ୟ ରଖିଥିଲେ ବୋଲି ସେ କହିଛନ୍ତି।

ଏଥିସହିତ ଗୃହରେ ମିଥ୍ୟା ବିବୃତ୍ତି ଦିଆଯାଇଥାଏ ବୋଲି ପୂର୍ବରୁ କହିଥିଲେ ବିଜେଡି ମୁଖପାତ୍ର ଅନନ୍ତ ଦାସ। ତେଣୁ ସେ ବି ସ୍ୱାଧିକାର ଭଙ୍ଗ ପାଇଁ ଦାୟୀ ରହିବା ଉଚିତ୍ ବୋଲି କହିଛନ୍ତି ନରସିଂହ ମିଶ୍ର।

ନରସିଂହ କହିଛନ୍ତି,“ବିଜେଡି ଦଳର ପ୍ରବକ୍ତା ଗୃହ ବାହାରେ ଏହା କହିଛନ୍ତି। ଗୃହ ବାହାରେ ହେଉ କି ଭିତରେ ହେଉ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିନାହାନ୍ତି। ଏହା ପ୍ରମାଣ କରୁଛି ମୁଖ୍ୟମନ୍ତ୍ରୀ ସେତେବେଳେ ଗୃହ ମଧ୍ୟରେ ଜାଣିଶୁଣି ମିଛ କହିଥିଲେ। ଏହା ଗୃହର ଗାରିମାକୁ କ୍ଷୁର୍ଣ୍ଣ କରିଛି।”

କେବଳ ମହାନଦୀ ପ୍ରସଙ୍ଗରେ ନୁହେଁ ରାଜ୍ୟରେ ଜଳସେଚନ ଜମି ସମ୍ପର୍କରେ ସୂଚନା ଦେବା ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁଲ ତଥ୍ୟ ଦେଇଥିବା ନରସିଂହ କହିଥିଲେ। ଜଳସେଚନ ଜମିର ହିସାବ ଦେବା ବେଳେ ମୁଖ୍ୟମନ୍ତ୍ରୀ କଟକ ଓ ପୁରୀରେ ମୋଟ ଜମିଠାରୁ ଜଳସେଚନ ଜମିର ପରିମାଣ କିଭଳି ଅଧିକ ବୋଲି କହିଥିଲେ ତା’ର ହିସାବ ନରସିଂହ ଦେଇଥିଲେ।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ,“ବିଧାନସଭାରେ ଯଦି କେହି ଭୁଲ ତଥ୍ୟ ଦିଏ ତେବେ ବିଧାନସଭାରେ ହିଁ ସ୍ୱଧିକାର ଭଙ୍ଗ ନୋଟିସ୍‌ ଆସିବ। ବାହାରେ କିଏ କ’ଣ କହିଲା ତାକୁ ନେଇ ସ୍ୱାଧିକାର ଆସିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବାକୁ ଏକ ସ୍ୱାଧିକାର କମିଟି ଅଛି। କମିଟି ଏହାକୁ ବିଚାର କରିବ।”

ଅନ୍ୟପକ୍ଷରେ ମାରାଥନ ଆଲୋଚନା ପରେ ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହୋଇଛି। ଆଲୋଚନା ବେଳେ ମହାନଦୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧୀ ଦଳ ନେତା ସମାଲୋଚନା କରିଥିଲେ।

ସେହିପରି ବିମୁଦ୍ରାକରଣ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ବିଧାୟକମାନେ ଦାୟୀ କରିଥିଲେ। ବିଧାୟକ ମାନେ ଦରମା ଚେକ୍‌ ବଦଳରେ କ୍ୟାସ୍‌ରେ ଦେବାକୁ ଦାବି କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ,“ଧାନ କଟା ହୋଇପାରୁନାହିଁ। ବଜାରରେ ପନିପରିବା ବିକ୍ରି ହୋଇପାରୁ ନାହିଁ। ରାଜ୍ୟ ସରକାର ମୋଦି ସରକାରଙ୍କୁ ଯେଉଁ ସମର୍ଥନ ଦେଉଥିଲେ ତାହାର ଫଳ ଏବେ ମିଳୁଛି। ଆମର ଚେକ୍‌ରେ ଦରମା ଦରକାର ନାହିଁ, କ୍ୟାସ୍‌ରେ ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos