ଭୁବନେଶ୍ୱରରେ ନେପାଳ ରାଷ୍ଟ୍ରପତି, ଲିଙ୍ଗରାଜରେ କଡ଼ା ସୁରକ୍ଷା ବ୍ୟବସ୍ଥା

nepal presedent

ଭୁବନେଶ୍ୱର:  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ  ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଓ ପୋଲିସ ଡିଜି କେ.ବି. ସିଂହ ଫୁଲଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି।

ବିଦ୍ୟାଦେବୀ ଭଣ୍ଡାରୀ  ପ୍ରଥମେ ଉଜ୍ଜଳା ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ସେ  ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ।  ମନ୍ଦିର ପକ୍ଷରୁ ନେପାଳ ରାଷ୍ଟ୍ରପତିଙ୍କୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଏକ ଫଟୋଚିତ୍ର ଉପହାର ଦିଆଯିବ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଲିଙ୍ଗରାଜ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ମନ୍ଦିର ନିକଟରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

 

Previous ArticleNext Article

Send this to a friend