ଆଜି ପୁରୀ ଯିବେ ନେପାଳ ରାଷ୍ଟ୍ରପତି; ଶ୍ରୀଜୀଉଙ୍କ ଦର୍ଶନ କରିବେ

nepal2

ଭୁବନେଶ୍ୱର: ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଓଡ଼ିଶା ଗସ୍ତରେ ଥିବା ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ସକାଳ ଠିକ୍ ସାଢ଼େ ୧୦ଟା ବେଳେ ବିଦ୍ୟାଦେବୀ ପୁରୀ ରାଜଭବନରେ ପହଞ୍ଚିବେ। ସେଠାରେ କିଛି ସମୟ ରହିବା ପରେ ପାଖାପାଖି ୧୧ଟା ବେଳେ ଶ୍ରୀମନ୍ଦିର ଯିବେ।

ବିଦ୍ୟାଦେବୀଙ୍କୁ ସେବୟାତମାନେ ସିଂହଦ୍ୱାରରେ ସ୍ୱାଗତ କରିବେ। ତାଙ୍କ ଦର୍ଶନ ସମୟରେ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସେବାୟତଙ୍କୁ ନେଇ ଏକ ସମନ୍ୱୟ ବୈଠକ ମଧ୍ୟ ହୋଇଛି।

ଜଗନ୍ନାଥଙ୍କ ଦର୍ଶନ ସାରି ନେପାଳ ରାଷ୍ଟ୍ରପତି ସିଧା କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବେ।

ତାଙ୍କ ଗସ୍ତ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Previous ArticleNext Article