ଜାଣନ୍ତୁ କେଉଁ ଠାକୁରଙ୍କୁ ତୁଳସୀ ପତ୍ରରେ ପୂଜା କରାଯାଏ ନାହିଁ

tulsi-11-11-17

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦେବଦୁର୍ଲଭା ତୁଳସୀ ବିଷ୍ଣୁଙ୍କର ପ୍ରିୟ। ପୌରାଣିକ ଗ୍ରନ୍ଥଗୁଡ଼ିକରେ ତୁଳସୀ ପତ୍ରର ମହତ୍ତ୍ୱ ବିଷୟରେ ଉଲ୍ଲେଖ ରହିଛି। ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପ କ୍ଷୟ ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ପତ୍ର ବ୍ୟବହାର କରିବା ଜରୁରୀ। ତୁଳସୀ ପତ୍ରରେ ପ୍ରତିଦିନ ଠାକୁର ପୂଜା କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ। ତେଣୁ ଠାକୁର ପୂଜା ସମୟରେ ଆମେ ଫୁଲ ସହ କିଛି ତୁଳସୀ ପତ୍ର ବ୍ୟବହାର କରୁ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ତୁଳସୀ ପତ୍ରରେ ଠାକୁର ପୂଜା କରିବା ସମୟରେ ଟିକେ ଧ୍ୟାନ ଦେବା ନିହାତି ଜରୁରୀ। କାରଣ ‘ଶିବ’ ଓ ‘ଗଣେଶ’ଙ୍କୁ କେବେ ତୁଳସୀ ପତ୍ର ଦେଇ ପୂଜା କରନ୍ତୁ ନାହିଁ। ସେହିପରି ନଗାଧୋଇବା ପର୍ଯ୍ୟନ୍ତ କେବେ ତୁଳସୀ ଗଛରୁ ତୁଳସୀ ପତ୍ର ଛିଡାନ୍ତୁ ନାହିଁ। ଏହାଦ୍ୱାରା ପାପ ହୋଇଥାଏ।

Previous ArticleNext Article

Send this to a friend