[video width="320" height="240" mp4="http://odishareporter.in/wp-content/uploads/2016/12/elephant.mp4"][/video]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ହାତୀ ଆତଙ୍କ। ଆଜି ଭୋରରେ ଗୋପାଳପୁର ଜଙ୍ଗଲରେ ଏକ ହାତୀ ପଲ ପଶିଛନ୍ତି। ଏଥିରେ ୭୦ଟି ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୫ଟି ଛୁଆ ହାତୀ ଥିବା ବେଳେ ୮ଟି ଦନ୍ତା ହାତୀ ମଧ୍ୟ ଅଛନ୍ତି। ଏସବୁ ହାତୀ ଝାଡ଼ଖଣ୍ଡରୁ ଆସିଛନ୍ତି।
ଗୋପାଳପୁର ଜଙ୍ଗଲ ପାଖାପାଖି ତୁଳସୀଡ଼ିହା, ବୟାରସାହି, ଜଡ଼ିବାଲି ଓ ହାତୀମୁଣ୍ଡା ଆଦି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଗତ କିଛି ବର୍ଷ ହେଲେ ଝାଡ଼ଖଣ୍ଡରୁ ଏହି ଅଞ୍ଚଳକୁ ହାତୀପଲ ଆସୁଥିବାର ଦେଖାଯାଉଛି। ପ୍ରାୟତଃ ବର୍ଷର ଏହି ସମୟରେ ହିଁ ହାତୀପଲ ଏଠାକୁ ଆସିଥାଆନ୍ତି। ପ୍ରଥମେ ଏକ ଦନ୍ତା ହାତୀ ଆସି ଏହି ଜଙ୍ଗଲ ବୁଲି ଫେରିଯାଏ। ଏଥର ମଧ୍ୟ ଏକ ଦନ୍ତା ହାତୀ ଆସିବାର ୮ ଦିନ ପରେ ଆଜି ଭୋରରୁ ହାତୀପଲ ଏଠାକୁ ଆସିଛନ୍ତି। ହାତୀମାନଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।