ଉତ୍ତର କୋରିଆ: କଥା କଥାରେ ମୃତ୍ୟୁଦଣ୍ଡ ଦେଉଥିବା ଦେଶ

ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ୍‌ ରହିଛି।  ଗୋଟିଏ ଦେଶର ଚାଲି ଚଳନ ଓ ଆଦବ କାଇଦା ଅନ୍ୟ ଦେଶଠାରୁ ଭିନ୍ନ। ପୃଥିବୀର ଏପରି ଅନେକ ଦେଶ ରହିଛି ଯେଉଁ ଦେଶଗୁଡ଼ିକର ଚାଲିଚାଳନ ଓ ଅଜବ ସୌକ ପାଇଁ ବିଶ୍ୱରେ ବେଶ୍ ପରିଚିତ। ସେହିଭଳି ଦେଶଟିଏ ହେଉଛି ଉତ୍ତର କୋରିଆ। ଏଠାକାର ନିୟମ କାନୁନ୍‌ ସମ୍ପର୍କରେ ଶୁଣିଲେ ଆପଣ ତାଜୁବ୍ବ୍ ହୋଇଯିବେ ।

  • ଉତ୍ତର କୋରିଆ ଏକ ଜିଦ୍ଦିଆ ରାଷ୍ଟ୍ର ଭାବେ ପରିଚିତ। ଏହି ଦେଶରେ ଏବେ ବି ଏକଛତ୍ରବାଦ ଶାସନ ଚାଲିଛି। ଦେଶର ରାଷ୍ଟ୍ରପତିଙ୍କ ନାଁରେ କୌଣସି ଆଲୋଚନା କିମ୍ବା କଟୁ ମନ୍ତବ୍ୟ ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଠାରେ ମୃତ୍ୟୁଦଣ୍ଡ ମିଳିଥାଏ।
  • ଅନ୍ୟ ଦେଶ ଭଳି ପର୍ଯ୍ୟଟକ ଏଠାକୁ ଆସି କୌଣସି ଜିନିଷର ହଠାତ୍ ଫଟୋ ଉଠାଇ ପାରିବେ ନାହିଁ। କାରଣ ଏଠାରେ କିଛି ଜିନିଷର ଫଟୋ ଉଠାଇବାକୁ ମନା । ଏଥିପାଇଁ ପ୍ରଥମେ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ।
  • ଉତ୍ତରକୋରିଆରେ ବ୍ୟଙ୍ଗ ବିଦ୍ରୁପର ମଧ୍ୟ କୌଣସି ସ୍ଥାନ ନାହିଁ। ଯଦି କୌଣସି ବ୍ୟକ୍ତି ଦେଶର ଦାରିଦ୍ର୍ୟ ଉପରେ ବ୍ୟଙ୍ଗ କରନ୍ତି ତାହେଲେ ତାଙ୍କୁ ତୁରନ୍ତ ମୃତ୍ୟୁ ଦଣ୍ଡ ମିଳିଥାଏ।
  • କୌଣସି ବିଦେଶୀ ସହିତ ସମ୍ପର୍କ ରିଖିଲେ ମଧ୍ୟ ମୃତ୍ୟୁଦଣ୍ଡ ହିଁ ମିଳିଥାଏ।
Previous ArticleNext Article

Send this to a friend