ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଏନ୍‌ଏସ୍‌ଜିର ତିନି ଜଣିଆ ଟିମ୍‌

Jagannath-Temple

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ହାଇଦ୍ରାବାଦରୁ ଆସିଥିବା ନାସନାଲ ସିକ୍ୟୁରିଟି ଗାର୍ଡ ଟେରୋରିଷ୍ଟ ଟାସ୍କ ଫୋର୍ସର ୩ଜଣିଆ ଅଧିକାରୀ। ସେମାନେ ଶ୍ରୀମନ୍ଦିର ଭିତର ବେଢା, ବାହାର ବେଢା, ଆନନ୍ଦ ବଜାର, ତୁଳସୀ ବୈକୁଣ୍ଠ, ନାଟ ମନ୍ଦିର ଓ ମନ୍ଦିର ଚତୁପାର୍ଶ୍ୱକୁ ତନ୍ନ ତନ୍ନ ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିର ଓ ୪ ଦ୍ୱାରରେ କେତେ ସଂଖ୍ୟକରେ ପୋଲିସ ମୁତୟନ ହେଉଛନ୍ତି, କେଉଁ ସ୍ଥାନରେ ସିସିଟିଭି ଲାଗିଛି ଏବଂ ସିସିଟିଭି କାମ କରୁଛି କି ନାହିଁ ତାହାକୁ ତର୍ଜମା କରିଛନ୍ତି। ଏହାଛଡ଼ା ମନ୍ଦିର ପ୍ରଶାସନ, ସିଂହଦ୍ୱାର ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏନ୍ଏସ୍‌ଜି ଅଧିକାରୀଙ୍କ ଏହି ଯାଞ୍ଚ ବେଳେ ପୁରୀ ଅତିରିକ୍ତ ଏସ୍‌ପି ବନବିହାରୀ ସାହୁ, ମନ୍ଦିର ସୁରକ୍ଷା ଅଧିକାରୀ ପ୍ରଫୁଲ୍ଲ ମିଶ୍ର ଓ ସିଂହଦ୍ୱାର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିର ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥାଏ। ତେବେ ଏଥିପାଇଁ କି କି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିର ଭିତରେ ଓ ଚାରିପଟେ କେତେ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି ସେନେଇ ଯାଞ୍ଚ କରିଛନ୍ତି ୩ଜଣିଆ ଅଧିକାରୀ।

Previous ArticleNext Article

Send this to a friend