‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନକୁ ସାଢ଼େ ୪ କୋଟି ଓଡିଆଙ୍କୁ ଉତ୍ସର୍ଗ କଲେ ନବୀନ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରେ ଆୟୋଜିତ ଆଉଟ୍‌ଲୁକ ପତ୍ରିକାର ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ଗ୍ରହଣ କରିଛନ୍ତି। ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନକୁ ସେ(ନବୀନ) ସାଢ଼େ ୪ କୋଟି ଓଡ଼ିଆଙ୍କୁ ଉତ୍ସର୍ଗ କରିଛନ୍ତି। ନବୀନ ପଟ୍ଟନାୟକ କହିଛନ୍ତି-“୨୦୦୦ ମସିହାରେ ଓଡ଼ିଶା ଚାଉଳ ଆମଦାନୀ କରୁଥିଲା। ଏବେ ପିଡିଏସ୍‌ ଚାଉଳ ଯୋଗାଣଗାରେ ଓଡ଼ିଶା ତୃତୀୟ ସର୍ବବୃହତ ଚାଉଳ […]

CM-Naveen

CM-Naveen

Rakesh Mallick
  • Published: Friday, 18 August 2017
  • Updated: 18 August 2017, 10:06 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରେ ଆୟୋଜିତ ଆଉଟ୍‌ଲୁକ ପତ୍ରିକାର ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ଗ୍ରହଣ କରିଛନ୍ତି। ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନକୁ ସେ(ନବୀନ) ସାଢ଼େ ୪ କୋଟି ଓଡ଼ିଆଙ୍କୁ ଉତ୍ସର୍ଗ କରିଛନ୍ତି।
ନବୀନ ପଟ୍ଟନାୟକ କହିଛନ୍ତି-“୨୦୦୦ ମସିହାରେ ଓଡ଼ିଶା ଚାଉଳ ଆମଦାନୀ କରୁଥିଲା। ଏବେ ପିଡିଏସ୍‌ ଚାଉଳ ଯୋଗାଣଗାରେ ଓଡ଼ିଶା ତୃତୀୟ ସର୍ବବୃହତ ଚାଉଳ ରାଜ୍ୟରେ ପରିଗଣିତ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଆୟ ଦ୍ୱି’ଗୁଣିତ ବଢ଼ିଛି। ରାଜ୍ୟର ୮ ନିୟୁତ ଲୋକ ଦାରିଦ୍ର୍ୟ ସୀମା ଉପରକୁ ଉଠିଛନ୍ତି।”
ସେ କହିଛନ୍ତି-“ମହିଳା ଓ ଆଦିବାସୀଙ୍କ ଉନ୍ନତି ପାଇଁ ଆମେ ସର୍ବଦା ଚେଷ୍ଟିତ। ମହିଳାଙ୍କ ଉନ୍ନତି ପାଇଁ ୫ ନିୟୁତ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠିନ କରିଛୁ। ଶିଶୁ ମୃତ୍ୟୁ ହାରରେ ଆମେ ଦେଶରେ ସର୍ବନିମ୍ନ ରହିଛୁ। ଫାଇଲିନ ବାତ୍ୟାରେ କୌଣସି ଜୀବନହାନୀ ଘଟିବାକୁ ଦେଇନଥିଲୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ କରିବାକୁ ଆମେ ସର୍ବଦା ଉଦ୍ୟମରତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos