ନବୀନ ଦେଶର ସର୍ବଶ୍ରେଷ୍ଠ ପ୍ରଶାସକ: ଆଉଟ୍‌ଲୁକ୍‌

ଭୁବନେଶ୍ୱର: ଇଂରାଜୀ ପତ୍ରିକା ‘ଆଉଟ୍‌ଲୁକ୍‌’ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ଘୋଷଣା କରାଯାଇଛି। ପତ୍ରିକା ପକ୍ଷରୁ କରାଯାଇଥିବା ଏକ ଅନ୍‌ଲାଇନ୍‌ ସର୍ଭେରେ ଏହି ଫଳାଫଳ ଆସିଛି। ଦେଶର ଶ୍ରେଷ୍ଠ ସାଂସଦ ଭାବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନୋନୀତ କରାଯାଇଛି। ଶ୍ରେଷ୍ଠ ପ୍ରଶାସକ ତାଲିକାରେ ନବୀନଙ୍କ ପଛକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ […]

Naveen-Patnaik

Naveen-Patnaik

Rakesh Mallick
  • Published: Friday, 18 August 2017
  • Updated: 18 August 2017, 09:59 AM IST

Sports

Latest News

ଭୁବନେଶ୍ୱର: ଇଂରାଜୀ ପତ୍ରିକା ‘ଆଉଟ୍‌ଲୁକ୍‌’ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ଘୋଷଣା କରାଯାଇଛି। ପତ୍ରିକା ପକ୍ଷରୁ କରାଯାଇଥିବା ଏକ ଅନ୍‌ଲାଇନ୍‌ ସର୍ଭେରେ ଏହି ଫଳାଫଳ ଆସିଛି। ଦେଶର ଶ୍ରେଷ୍ଠ ସାଂସଦ ଭାବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନୋନୀତ କରାଯାଇଛି।

ଶ୍ରେଷ୍ଠ ପ୍ରଶାସକ ତାଲିକାରେ ନବୀନଙ୍କ ପଛକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଅଛନ୍ତି।

୭୧ ବର୍ଷୀୟ ନବୀନ ପଟ୍ଟନାୟକ ୧୭ ବର୍ଷରୁ ଅଧିକ ସମୟ ହେବ ‌ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଭାରତୀୟ ରାଜନୀତିରେ ପଶ୍ଚିମବଙ୍ଗର ଜ୍ୟୋତି ବସୁଙ୍କ ପରେ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବାରେ ନବୀନ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି। ବିଜୁ ଜନତା ଦଳର ପୂର୍ବତନ ସଭାପତି ବିଜୁ ପଟ୍ଟନାୟକଙ୍କ ପୁତ୍ର, ନବୀନ ପ୍ରଶାସକ ଭାବରେ ଭଲ କାମ କରିଥିବାରୁ ଲୋକେ ତାଙ୍କୁ ଅଧିକ ପସନ୍ଦ କରୁଛନ୍ତି। ରାଜ୍ୟରେ ହୋଇଥିବା ବିଭିନ୍ନ ଦୁର୍ବିପାକ ସମୟରେ ସେ ସାହସର ସହ କାମ କରିଥିବା ପତ୍ରିକାରେ କୁହାଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos