ଓଡ଼ିଶାକୁ ଆବଶ୍ୟକତାଠାରୁ ଅଧିକ ଅର୍ଥ ଦିଆଯାଉଛି: ରାମ୍‌ କ୍ରିପାଲ ଯାଦବ

ram-kripal

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ର ସରକାର ଆବଶ୍ୟକତାଠାରୁ ଅଧିକ ଅର୍ଥ ଦେଉଛନ୍ତି। ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ରାମ୍‌ କ୍ରିପାଲ ଯାଦବ କହିଛନ୍ତି।

ଭୁବନେଶ୍ୱରରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ନେଇ ଆଜି କେନ୍ଦ୍ରମନ୍ତ୍ରୀ କ୍ରିପାଲ ଯାଦବ ସମୀକ୍ଷା କରିଥିଲେ। ପରେ ସେ କହିଥିଲେ,“ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମନରେଗା କ୍ଷେତ୍ରରେ ଧାର୍ଯ୍ୟ ତୁଳନାରେ ରାଜ୍ୟ କାମ କମ୍‌ କରିଛନ୍ତି। ଇନ୍ଦିରାଆବାସ ଯୋଜନାରେ ଏବେ ମଧ୍ୟ ୭୦ ହଜାର ଘର ଅସମ୍ପୂର୍ଣ୍ଣ ଅଛି।”

ଏହାର ଜବାବ ରଖିଛି ବିଜେଡି। ବିଜେପି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଭାରତ ସରକାରଙ୍କ ଯେତେ ମନ୍ତ୍ରୀ ଓଡ଼ିଶା ଆସନ୍ତି ଗୋଟିଏ ରେକର୍ଡ ବଜାଇବା ଛଡ଼ା ତାଙ୍କ ପାଖରେ ଅନ୍ୟ କିଛି ରାସ୍ତା ନାହିଁ। ସରକାରୀ ନିୟମ ଅନୁଯାୟୀ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଟେଣ୍ଡର କରିବାକୁ ପଡୁଛି। ବିନା ଟେଣ୍ଡର କୌଣସି କାମ ହୋଇପାରିବ ନାହିଁ। ଏ ସବୁ କେନ୍ଦ୍ର ମନ୍ତ୍ରୀମାନେ ଜାଣିଶୁଣି ଏପରି କହୁଛନ୍ତି ଓ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି।”

Previous ArticleNext Article

Send this to a friend