ଡବଲ ହେଲା ବିବାହ ଭତ୍ତା: ଇଣ୍ଟରକାଷ୍ଟ୍‌ ହୋଇଥିଲେ ମିଳିବ ଲକ୍ଷେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁସୂଚୀତ ଜାତିର ହିନ୍ଦୁ ଯୁବକଯୁବତୀ ଅନ୍ୟ ଜାତିର ହିନ୍ଦୁ ଯୁବକଯୁବତୀଙ୍କୁ ବିବାହ କଲେ ରାଜ୍ୟ ସରକାର ୫୦,୦୦୦ ଟଙ୍କା ଦେଉଥିଲେ। ଏବେ ଏହାକୁ ବଢ଼ାଇ ଲକ୍ଷେ ଟଙ୍କା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି SCST ଉନ୍ନୟନ ବିଭାଗର ସଚିବ। ଏହି ବିବାହ କରୁଥିବା ଦମ୍ପତ୍ତିଙ୍କ ଅର୍ଥନୈତିକ ସ୍ଥିତି ଯାହା ହେଇଥିଲେ ମଧ୍ୟ ସେମାନଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ। ତେବେ ଏହି ଅର୍ଥକୁ ସେମାନେ କେବଳ ଜମି କିମ୍ବା ଘରୋଇ ଆସବାବପତ୍ର କିଣିବା […]

india-society_

india-society_

Rakesh Mallick
  • Published: Thursday, 17 August 2017
  • Updated: 17 August 2017, 09:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁସୂଚୀତ ଜାତିର ହିନ୍ଦୁ ଯୁବକଯୁବତୀ ଅନ୍ୟ ଜାତିର ହିନ୍ଦୁ ଯୁବକଯୁବତୀଙ୍କୁ ବିବାହ କଲେ ରାଜ୍ୟ ସରକାର ୫୦,୦୦୦ ଟଙ୍କା ଦେଉଥିଲେ। ଏବେ ଏହାକୁ ବଢ଼ାଇ ଲକ୍ଷେ ଟଙ୍କା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି SCST ଉନ୍ନୟନ ବିଭାଗର ସଚିବ। ଏହି ବିବାହ କରୁଥିବା ଦମ୍ପତ୍ତିଙ୍କ ଅର୍ଥନୈତିକ ସ୍ଥିତି ଯାହା ହେଇଥିଲେ ମଧ୍ୟ ସେମାନଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ। ତେବେ ଏହି ଅର୍ଥକୁ ସେମାନେ କେବଳ ଜମି କିମ୍ବା ଘରୋଇ ଆସବାବପତ୍ର କିଣିବା ଲାଗି ବ୍ୟବହାର କରିପାରିବେ। ଏହାଦ୍ୱାରା ଅସ୍ପୃଶ୍ୟତା ଦୂର ହେବ ବୋଲି ଆଶା ରଖିଛନ୍ତି ସରକାର।
ଶେଷ ଥର ଲାଗି ୨୦୦୭ ମସିହାରେ ରାଜ୍ୟ ସରକାର ଏଭଳି ବିବାହ ପାଇଁ ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶସ୍ତୀକରଣ ମନ୍ତ୍ରଣାଳୟ ଏଭଳି ବିବାହ ପାଇଁ ଡାକ୍ତର ଆମ୍ବେଦକର ଯୋଜନାରେ ବିବାହ ପିଛା ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos