ତୁଟିଲା ଆଇଓସିଏଲ୍‌ କଳି: ଜିଦ୍‌ରୁ ଓହରିଲେ ଦୁଇ ପକ୍ଷ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଲାଗି ରହିଥିବା ଆଇଓସିଏଲ୍‌ ବିଦାଦ ତୁଟିଲା। ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ଆଇଓସିଏଲ୍‌କୁ ବିନା ସୁଧରେ ଋଣ ଯୋଗାଇ ଦେବେ ଓଡ଼ିଶା ସରକାର। ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସହମତି ହୋଇଛି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି-“ଉଭୟ ପକ୍ଷ ନିଜ ଜିଦରୁ ଓହରିବାରୁ ବିବାଦର ସମାଧାନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ […]

DHk_gowVwAA6Wte

DHk_gowVwAA6Wte

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 06:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଲାଗି ରହିଥିବା ଆଇଓସିଏଲ୍‌ ବିଦାଦ ତୁଟିଲା। ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ଆଇଓସିଏଲ୍‌କୁ ବିନା ସୁଧରେ ଋଣ ଯୋଗାଇ ଦେବେ ଓଡ଼ିଶା ସରକାର। ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସହମତି ହୋଇଛି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନୂଆଦିଲ୍ଲୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି-“ଉଭୟ ପକ୍ଷ ନିଜ ଜିଦରୁ ଓହରିବାରୁ ବିବାଦର ସମାଧାନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ୨୦୧୬-୧୭ରୁ ୧୫ ବର୍ଷ ପର୍ଯ୍ୟନ୍ତ ଦୁଇ ପକ୍ଷଙ୍କ ମଧ୍ୟରେ ଚୁକ୍ତି ହୋଇଛି। ଏଥିପାଇଁ ଆଇସିଏଲ୍‌କୁ ବିନା ସୁଧରେ ଋଣ ଦେବ ଓଡ଼ିଶା। ୨୦୧୬-୧୭ରୁ ୧୫ ବର୍ଷ ପର୍ଯ୍ୟନ୍ତ ବର୍ଷକୁ ୭୦୦ କୋଟି ଟଙ୍କା ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ୧୫ ବର୍ଷ ପୂରଣ ପରେ ୧୬ ବର୍ଷଠାରୁ ଆଇଓସିଏଲ୍‌ ଏହି ଋଣ ପରିଶୋଧ ଆରମ୍ଭ କରିବ।
ଆଇଓସିଏଲ୍‌କୁ ସୁଧମୁକ୍ତ ଋଣ ପ୍ରସଙ୍ଗରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଶୀର୍ଷସ୍ତରୀୟ ଆଲୋଚନା ହୋଇଥିଲା ପରେ ସଂଧ୍ୟାରେ ପେଟ୍ରୋଲିୟମ ସଚିବ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମଧ୍ୟରେ ବୈଠକ ହୋଇଥିଲା। ଆଲୋଚନା ସମୟରେ ଦୁଇ ପକ୍ଷ ନିଜ ଜିଦ୍‌ରୁ ଓହରିଥିଲେ। ଯାହାଫଳରେ ଦୀର୍ଘ ଦିନ ଧରି ଲାଗି ରହିବା ବିବାଦ ସମାଧାନ ହେଉଛି।
ଆଇଓସିଏଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଣ ଥିଲା ବିବାଦ?
ଏମ୍ଓୟୁ ଅନୁସାରେ ୨୦୦୯-୧୦ ମସିହାରେ ଆଇଓସିଏଲ୍‌ ପ୍ରକଳ୍ପ ଶେଷ ହେବା କଥା। କିନ୍ତୁ ପ୍ରକଳ୍ପ କାମ ଶେଷ ହେଲା ୨୦୧୬ରେ। ରାଜ୍ୟ ସରକାରଙ୍କୁ ନଜଣାଇ ଆଇସିଏଲ୍ ଉତ୍ପାଦନ କ୍ଷମତା ୯ ମିଲିୟନ୍ ଟନ୍‌ରୁ ୧୫ ମିଲିୟନ୍ ଟନ୍ ବୃଦ୍ଧି କରିଛନ୍ତି। ପ୍ରକଳ୍ପ ଲାଭଦାୟକ ନ ହେଲେ ସରକାର ସୁଧ ମୁକ୍ତ ଋଣ ଛାଡ କରିବେ ବୋଲି ଏମ୍‌ଓୟୁରେ ଉଲ୍ଲେଖ ରହିଥିଲା। କିନ୍ତୁ ଏବେ ଆଇସିଏଲ୍ ଲାଭରେ ଚାଲିଥିବାରୁ ସରକାର ସୁଧମୁକ୍ତ ଋଣ ଛାଡ଼ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏବେ ଭାଟ୍ ବାବଦକୁ ବର୍ଷକୁ ୧୪୮୫ କୋଟି ଟଙ୍କା ରାଜ୍ୟର କ୍ଷତି ହେଉଛି। ତେବେ ଏହାକୁ ବିରୋଧ କରିଥିଲା ଆଇଓସିଏଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story