ରାଜ୍ୟରେ ବଢୁଛି ଶୀତର ପ୍ରକୋପ

weather forecast

ଭୁବନେଶ୍ୱର: ଧୀରେ ଧୀରେ ବଢୁଛି ଓଡ଼ିଶାରେ ଶୀତର ପ୍ରକୋପ। ଏପରି ଅବସ୍ଥା ୭ରୁ ୮ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଶୀତର ପ୍ରକୋପ ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ‌ଲୋକେ ଥଣ୍ଡାର ପ୍ରକୋପରୁ ବର୍ତ୍ତିବା ପାଇଁ ନିଆଁ ପୁଆଉଁଥିବା ଦେଖିବାକୁ ମିଳିଛି।

ଆଜି ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ର ୭.୬ ଡିଗ୍ରୀ ରେକର୍ଡ଼ କରାଯାଇଛି। ସେହିପରି ଭବାନୀପାଟଣାରେ ୮ ଡିଗ୍ରୀ, ଜି.ଉଦୟଗିରିରେ ୮.୫ ଡିଗ୍ରୀ, ହୀରାକୁଦରେ ୯.୬ ଡିଗ୍ରୀ, କୋରାପୁଟ୍‌ ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ, ଅନୁଗୋଳରେ ୧୦.୬ ଡିଗ୍ରୀ, ସମ୍ୱଲପୁରରେ ୧୦.୯ ଡିଗ୍ରୀ, ଭୁବନେଶ୍ୱରରେ ୧୪.୭ ଡିଗ୍ରୀ ଏବଂ କଟକରେ ୧୪.୫ ଡିଗ୍ରୀ ରେକର୍ଡ଼ କରାଯାଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ଗତ ୬ରୁ ୭ ଦିନ ମଧ୍ୟରେ ତାପମାତ୍ରା ୧୦ ଡିଗ୍ରୀରୁ କମ୍‌ ରହୁଛି। ଆଗାମୀ ଦିନରେ ତାପମାତ୍ରା ଆହୁରି କମିବ। ଫଳରେ ଶୀତ ପ୍ରକୋପ ବଢ଼ିବ।”

ସେ ଆହୁରି କହିଛନ୍ତି,“ଗତବର୍ଷ ଜଳବାୟୁର ପରିବର୍ତ୍ତନ ହେଉଥିବା ଯୋଗୁଁ ପୂର୍ବ ବା ଦକ୍ଷିଣ-ପୂର୍ବ ଦିଗ ବଙ୍ଗୋପସାଗରରୁ କିଛି ଜଳୀୟ ବାଷ୍ପ ଆସୁଥିଲା। ଯାହାଫଳରେ ରାତିରେ ତାପମାତ୍ର ବଢ଼ି ଯାଉଥିଲା। ଏବେ ଉତ୍ତର ବା ଉତ୍ତର-ପୂର୍ବ ବା ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଆକାଶ ମେଘାଚ୍ଛ ରହି ରାତିର ତାପମାତ୍ରା କମୁଛି। ଆଗାମୀ ୨ରୁ ୩ ଦିନ ଭିତରେ ଥଣ୍ଡାର ପ୍ରକୋପ ବଢ଼ିବ। ତାପମାତ୍ର ୧ ଓ ୨ ଡିଗ୍ରୀ ହ୍ରାସ ପାଇବ।”

Previous ArticleNext Article

Send this to a friend