କଲମରେ କଳଙ୍କ: ଅଧ୍ୟାପିକାଙ୍କ ଅଭିଯୋଗ, ଅଶ୍ଳୀଳ ମେସେଜ୍ ପଠାଉଥିଲେ ବରିଷ୍ଠ ସାହିତ୍ୟିକ, କରୁଥିଲେ ଭିଡିଓ କଲ୍

ଭୁବନେଶ୍ୱର: ଫିଲ୍ମ ଦୁନିଆ ପରେ ସାହିତ୍ୟ ଜଗତରେ କଳଙ୍କ। ରାଜ୍ୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ନାଁରେ ଥିବା ସୋସିଆଲ୍ ସାଇଟ୍ ଆକାଉଣ୍ଟରୁ, ଜଣେ ଓଡ଼ିଆ ଅଧ୍ୟାପିକାଙ୍କ ପାଖକୁ ଆସୁଛି ଅଶ୍ଳୀଳ ମେସେଜ୍‌। ଏପରି କଳଙ୍କ ସାହିତ୍ୟିକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଧ୍ୟାପିକା ଜଣକ ଅଭିଯୋଗ କରିଛନ୍ତି ଯେ, ସାହିତ୍ୟିକ ହରପ୍ରସାଦ ଦାସଙ୍କ ନାଁରେ ଥିବା ଏକ ସୋସିଆଲ୍ ସାଇଟ୍ ଆକାଉଣ୍ଟରୁ ତାଙ୍କ ନିକଟକୁ […]

odiya literture-kalanka

odiya literture-kalanka

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 08:50 PM IST

Sports

Latest News

ଭୁବନେଶ୍ୱର: ଫିଲ୍ମ ଦୁନିଆ ପରେ ସାହିତ୍ୟ ଜଗତରେ କଳଙ୍କ। ରାଜ୍ୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ନାଁରେ ଥିବା ସୋସିଆଲ୍ ସାଇଟ୍ ଆକାଉଣ୍ଟରୁ, ଜଣେ ଓଡ଼ିଆ ଅଧ୍ୟାପିକାଙ୍କ ପାଖକୁ ଆସୁଛି ଅଶ୍ଳୀଳ ମେସେଜ୍‌। ଏପରି କଳଙ୍କ ସାହିତ୍ୟିକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଅଧ୍ୟାପିକା ଜଣକ ଅଭିଯୋଗ କରିଛନ୍ତି ଯେ, ସାହିତ୍ୟିକ ହରପ୍ରସାଦ ଦାସଙ୍କ ନାଁରେ ଥିବା ଏକ ସୋସିଆଲ୍ ସାଇଟ୍ ଆକାଉଣ୍ଟରୁ ତାଙ୍କ ନିକଟକୁ ଆସିଛି ଅଶ୍ଳୀଳ ମେସେଜ୍। ପ୍ରଥମେ ପ୍ରଶଂସାପୂର୍ଣ୍ଣ ମେସେଜ୍। ତା’ପରେ କିଛିଦିନର ଚାଟିଂ ପରେ ଅଶ୍ଳୀଳ ମେସେଜ୍। ଗତ ଏପ୍ରିଲ୍ ମାସରେ ପ୍ରଥମଥର ପାଇଁ ସଂପୃକ୍ତ ସାହିତ୍ୟିକଙ୍କଠାରୁ ଅଶ୍ଳୀଳ ମେସେଜ୍ ଆସିବା ପରେ ସେ ଚାଟିଂ ବନ୍ଦ କରିଦେଇଥିଲେ। ବେଳେବେଲେ ଭିଡିଓ କଲିଂ ବି ଆସିଛି। କିନ୍ତୁ ମୁଁ ଚୁପ୍ ରହିଥିଲି। ହେଲେ ଏବେ ଗଣମାଧ୍ୟମରେ ଜଣେ ପ୍ରାବନ୍ଧିକଙ୍କ ନାଁରେ ଏଭଳି ସମାନ ଅଭିଯୋଗ ଆସିବା ପରେ ସେ ମୁହଁ ଖୋଲିଛନ୍ତି। କିଏ ତାଙ୍କ ସହ ଏଭଳି ଚାଟିଂ କରିଛନ୍ତି? ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ନା ତାଙ୍କ ନାଁରେ ଆକାଉଣ୍ଟ ଖୋଲି ଆଉ କିଏ ଏଭଳି ଚାଟିଂ କରୁଛି, ତାହା ତଦନ୍ତ ସାପେକ୍ଷ। ଏହାର ତଦନ୍ତ ହେବା ଦରକାର ବୋଲି ସଂପୃକ୍ତ ଅଧ୍ୟାପିକା କହିଛନ୍ତି।

ଗଣମାଧ୍ୟମରେ ଏମିତି ଖବରକୁ ନେଇ ହଇଚଇ ହେବାପରେ, ‘ସଂସ୍କୃତି ଓ ସଂସ୍କୃତି’ ନାମକ ଅନୁଷ୍ଠାନ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛି। ନୂଆପୀଢ଼ିର ଲେଖିକାଙ୍କୁ ସମ୍ମାନ ଓ ପ୍ରସିଦ୍ଧି ଦେବା ନାଁରେ ଜଣେ ପ୍ରାବନ୍ଧିକ ନିଜ ଇଚ୍ଛାକୁ ଚରିତାର୍ଥ କରିବାକୁ ଉଦ୍ୟମ କରିଥିବା ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ତଦନ୍ତ ସାପେକ୍ଷ।

ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି- “ହରପ୍ରସାଦ ଦାସ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାହିତ୍ୟିକ। ବଡ଼ପଣ୍ଡା ଭାବେ ସେ ବହୁ ହିତୋପଦେଶ ଦିଅନ୍ତି। ବହୁ ସଭାରେ ଅତିଥି ଭାବେ ଯୋଗ ଦିଅନ୍ତି ଓ ନୈତିକତାର କଥା କୁହନ୍ତି। କିନ୍ତୁ ସେ ନିଜେ ଏଥିରେ ଜଡିତ ହେବା କଥାକୁ ଆମେ ସହଜରେ ବିଶ୍ୱାସ କରିପାରୁ ନାହୁଁ। ଯଦି ଏହା ଉପରେ ଅନୁସନ୍ଧାନ ହୁଅନ୍ତା ତାହେଲେ ଅସଲ କଥା ଜଣାପଡ଼ନ୍ତା।”

ତେବେ ଏପରି ଅଭିଯୋଗକୁ ଲେଖକ ହରପ୍ରସାଦ ଦାସ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-‘‘ପ୍ରକାଶିତ ଖବର ଓ ଅଧ୍ୟାପିକାଙ୍କ ଅଭିଯୋଗରେ ସତ୍ୟତା ନାହିଁ। ବହୁଦିନ ତଳୁ ସେ ଫେସବୁକ୍‌ରେ ସକ୍ରିୟ ନାହାଁନ୍ତି। ହ୍ୟାକରଙ୍କ ସହାୟତାରେ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos