ଏକ ଟଙ୍କିଆ ପୁରୁଣା ନୋଟ୍‌ ଆପଣଙ୍କୁ କରିପାରେ ମାଲାମାଲ୍‌

ଖୁସି ଖବର ଏକ ଟଙ୍କିଆ ନୋଟ୍‌ ଆପଣଙ୍କୁ ମାଲମାଲ କରିଦେବ । ଯଦି ପାଖରେ ଏମିତି ନୋଟଟିଏ ଅଛି ତେବେ ରାତାରାତି ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ। ତେବେ ଆସନ୍ତୁ ଜାଣିବା ଏକ ଟଙ୍କା ନୋଟ୍‌ କିପରି କରିବ ଆପଣଙ୍କୁ ମାଲାମାଲ। ଇକର୍ମସ ୱେବସାଇଟ ‘ଇବେ’ରେ  ବିପୁଳ ପରିମାଣରେ ନୋଟ୍‌ ନିଲାମି କରାଯାଇଥାଏ। ଯିଏ ଯେତେ ପରିମାଣରେ ପୁରୁଣା ଟଙ୍କାର ନିଲାମି ଡାକେ ତାକୁ ନୋଟ୍‌ ଟି ପ୍ରଦାନ […]

tanka

tanka

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 10:45 AM IST

Sports

Latest News

ଖୁସି ଖବର ଏକ ଟଙ୍କିଆ ନୋଟ୍‌ ଆପଣଙ୍କୁ ମାଲମାଲ କରିଦେବ । ଯଦି ପାଖରେ ଏମିତି ନୋଟଟିଏ ଅଛି ତେବେ ରାତାରାତି ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ। ତେବେ ଆସନ୍ତୁ ଜାଣିବା ଏକ ଟଙ୍କା ନୋଟ୍‌ କିପରି କରିବ ଆପଣଙ୍କୁ ମାଲାମାଲ।

ଇକର୍ମସ ୱେବସାଇଟ ‘ଇବେ’ରେ  ବିପୁଳ ପରିମାଣରେ ନୋଟ୍‌ ନିଲାମି କରାଯାଇଥାଏ। ଯିଏ ଯେତେ ପରିମାଣରେ ପୁରୁଣା ଟଙ୍କାର ନିଲାମି ଡାକେ ତାକୁ ନୋଟ୍‌ ଟି ପ୍ରଦାନ କରାଯାଇଥାଏ।

ଏକ ହଜାର ଟଙ୍କା ନୋଟର ମୂଲ୍ୟ ଏକ କୋଟି

ଏହି ୱେବସାଇଟ୍‌ରେ ଏକ ହଜାର ଟଙ୍କାର ନୋଟ୍‌କୁ  ୧ କୋଟିରେ ବିକ୍ରି କରାଯାଉଛି। ତେବେ ବିକ୍ରିକରିବା ଲୋକର ଦାବି ରହିଛି କି ଏହି ନୋଟର ପ୍ରିଣ୍ଟିଂ ସମୟରେ ତା ଉପରେ କାଳି ପଡିଯାଇଥିଲା ଏବଂ ଏହାର ସିରିୟଲ ନମ୍ୱର ମଧ୍ୟ ଦୁଲର୍ଭ ଅଟେ।

ଏକ ଟଙ୍କିଆ ନୋଟ୍‌ର ମୂଲ୍ୟ ୧୧ଲକ୍ଷ

ଏହି ୱେବସାଇଟ୍‌ରେ ମଣ୍ଟେକସିଂହ ଆଲୁୱାଲିଆଙ୍କ ଦସ୍ତଖତ ଥିବା ଏକ ଟଙ୍କିଆ ନୋଟ୍‌ ଯାହାକୁ ପାଖାପାଖି ୧୧ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି।

 

ଶହେ ଟଙ୍କିଆ ନୋଟର ମୂଲ୍ୟ ଦୁଇ ଲକ୍ଷ ପଚିଶ ହଜାର

‘ଇବେ’ ୱେବସାଇଟ୍‌ରେ ୧୦୦ଟଙ୍କାର ଦୁଇଟି ନୂଆ ନୋଟ ୨ଲକ୍ଷ ୨୫ ହଜାର ଟଙ୍କାରେ ବିକ୍ରି ହେବାକୁ ଯାଉଛି। ଏହି ନୋଟ୍‌ର ବିଶେଷତା ହେଉଛି ଏହି ଏହାର ସିରିୟଲ ନମ୍ୱର ଶେଷରେ ୭୮୬ ଏବଂ ଛଅଟି ଶୂନ ରହିଛି।

ଭିନ୍ନ ଶ୍ରେଣୀର ନୋଟର ମୂଲ୍ୟ

ଏହି ସାଇଟ୍‌ରେ ବିକ୍ରି କରାଯାଉଥିବା ନୋଟ ଭିନ୍ନ ଶ୍ରେଣୀର ମଧ୍ୟ ରହିଛି। ଏହି ନୋଟ୍‌ଗୁଡିକ ମଧ୍ୟରେ ମିସ୍‌ପ୍ରିଣ୍ଟିଂ ହୋଇଥିବା ନୋଟ୍‌ ମଧ୍ୟ ରହିଛି। ଅନେକ ନୋଟ୍‌ରେ ସିରିୟଲ୍‌ ନମ୍ୱର ନାହିଁ। ତେବେ ଏହି ନୋଟ୍‌ ଗୁଡିକର ମୂଲ୍ୟ ଏକ ଲକ୍ଷ ଟଙ୍କା ।

ଆପଣ ମଧ୍ୟ ହୋଇପାରିବେ କୋଟିପତି

ଯଦି ଆପଣଙ୍କ ପାଖରେ ମଧ୍ୟ ଏପରି ନୋଟ୍‌ ଅଛି, ତେବେ ଇ-କର୍ମସ ୱେବସାଟ୍‌  ଜରିଆରେ ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos