ଅଭାବି ପରିବାର ପାଇଁ ଆଲୁଅ ଦେଇଗଲେ ଖୁସି, ସ୍କୁଲ ଗଲେ ଦୁଇ ଭଉଣୀ ଓ ଭାଇ

ଭୁବନେଶ୍ୱର: ନାଁ ତା’ର ଖୁସି। ସମସ୍ତଙ୍କୁ ଖୁସିରେ ରଖିବାକୁ ଯେମିତି କରିଥିଲା ପଣ। ଆଜି ଦୁନିଆରେ ନାହିଁ ଖୁସି। ହେଲେ ଯିବା ବେଳେ ନିଜ ଦୁଇ ଭଉଣୀ ଓ ସାନ ଭାଇ ପାଇଁ ଦେଇଯାଇଛି ଖୁସି। ଆମେ କହୁଛୁ ପାଲହାଇଟ୍ସ ମାଲିକଙ୍କ ଘରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଘରୋଇ ସହାୟିକା ଖୁସି ସମ୍ପର୍କରେ। ଅକାଳରେ ଖୁସିର ମୃତ୍ୟୁ ତା’ ପରିବାରର ଦୟନୀୟ ସ୍ଥିତିକୁ ପଦାରେ ପକାଇ ଦେଇଛି। ଆର୍ଥିକ ଅନଟନ ପାଇଁ ସ୍କୁଲ ଯାଇ ପାରି […]

khushi

khushi

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 08:18 PM IST

Sports

Latest News

ଭୁବନେଶ୍ୱର: ନାଁ ତା’ର ଖୁସି। ସମସ୍ତଙ୍କୁ ଖୁସିରେ ରଖିବାକୁ ଯେମିତି କରିଥିଲା ପଣ। ଆଜି ଦୁନିଆରେ ନାହିଁ ଖୁସି। ହେଲେ ଯିବା ବେଳେ ନିଜ ଦୁଇ ଭଉଣୀ ଓ ସାନ ଭାଇ ପାଇଁ ଦେଇଯାଇଛି ଖୁସି। ଆମେ କହୁଛୁ ପାଲହାଇଟ୍ସ ମାଲିକଙ୍କ ଘରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଘରୋଇ ସହାୟିକା ଖୁସି ସମ୍ପର୍କରେ। ଅକାଳରେ ଖୁସିର ମୃତ୍ୟୁ ତା’ ପରିବାରର ଦୟନୀୟ ସ୍ଥିତିକୁ ପଦାରେ ପକାଇ ଦେଇଛି। ଆର୍ଥିକ ଅନଟନ ପାଇଁ ସ୍କୁଲ ଯାଇ ପାରି ନଥିବା ଖୁସିର ଦୁଇ ଉଭଣୀ ଓ ଭାଇ କିନ୍ତୁ ସ୍କୁଲ ଯିବା ଆରମ୍ଭ କରିଛନ୍ତି। ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି ସିଡବ୍ଲ୍ୟୁସି ଓ ହାପି ବ୍ଲିସ ଫାଉଣ୍ଡେସନ। ୨ ଭାଇ, ଭଉଣୀଙ୍କୁ ସ୍କୁଲରେ ନାଁ ଲେଖାଯାଇଥିବା ବେଳେ ସାନ ଭଉଣୀକୁ ଅଙ୍ଗନଓ୍ୱାଡିରେ ଭର୍ତ୍ତି କରାଯାଇଛି।
ବୟସ ଦୃଷ୍ଟିରୁ ଭଉଣୀ ମାନ୍ତୁକୁ ଚତୁର୍ଥ ଶ୍ରେଣୀରେ ନାମ ଲେଖାଯାଇଛି। ସେହିପରି ଭାଇ ରାଜୁକୁ ପ୍ରଥମ ଏବଂ ସାନ ଭଉଣୀ ନନ୍ଦିନୀକୁ ମାତ୍ର ୪ବର୍ଷ ହୋଇଥିବାରୁ ଅଙ୍ଗନଓ୍ୱାଡିରେ ନାଁ ଲେଖାଯାଇଛି। ଭୁବନେଶ୍ୱର ଷ୍ଟେସନ ବଜାର ୟୁଜି ୟୁପି ସ୍କୁଲରେ ନାଁ ଲେଖା ହେବା ପରେ ଏମାନଙ୍କ ମନରେ ଖୁସି କହିଲେ ନସରେ।
ସେପଟେ ପୁଅ ଝିଅଙ୍କୁ ସ୍କୁଲ ଯାଉଥିବା ଦେଖି ମାଆ ମନ ବି ଖୁସିରେ କାନ୍ଦି ପକାଇଥିଲେ। ଛଳ ଛଳ ଆଖିରେ କହିଥିଲେ- “ପିଲାମାନେ ସ୍କୁଲ ଯାଉଥିବା ଦେଖି ଭଲ ଲାଗୁଛି। ଏବେ ସେମାନେ ଭଲ ମଣିଷ ହୋଇପାରିବେ।”
ଏହି ତିନି ପିଲାଙ୍କ ପଢାପଢିର ସମସ୍ତ ଖର୍ଚ୍ଚ ବହନ କରିବ ହାପି ବ୍ଲିସ ଫାଉଣ୍ଡେସନ୍। ଏହାସହ ଯଦି ପରିବାର ଲୋକେ ଚାହିଁବେ ତେବେ ସେମାନଙ୍କୁ ରେସିଡେନସିଆଲ ସ୍କୁଲରେ ମଧ୍ୟ ଛଡାଯିବାର ବ୍ୟବସ୍ଥା କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ପିଲାଙ୍କ ସ୍କୁଲ ଯିବା ଆସିବା ନେଇ ପ୍ରଥମ ୮ଦିନ ସେମାନଙ୍କ ଉପରେ ନଜର ରଖାଯିବ।
ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି- “ଖୁସି ଶିଶୁ ଶ୍ରମିକ ଭାବେ କାମ କରୁଥିଲା। ତା’ ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆମେ ଏହାକୁ ଗୁରୁତ୍ୱର ସହ ନେଇଛୁ। ଚାଇଲ୍ଡ ଲାଇନକୁ ଏହାର ଯାଞ୍ଚ କରିବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଖୁସିର ପରିବାର ଲୋକେ କେମିତି କ୍ଷତିପୂରଣ ପାଇବେ ସେ ନେଇ ପଦକ୍ଷେପ ନେବୁ।”
ସେହିପରି ହାପି ବ୍ଲିସ ଫାଉଣ୍ଡସନ ପକ୍ଷରୁ ସୁନୀତା ମହାନ୍ତି କହିଛନ୍ତି- “ତିନି ପିଲାଙ୍କ ଦାୟିତ୍ୱ ସିଡବ୍ଲ୍ୟୁସି ଆମକୁ ୫ ବର୍ଷ ପାଇଁ ଦେଇଛି। ଆମେ ଏହି କାର୍ଯ୍ୟ ତୁଲାଇବୁ। ଭବିଷ୍ୟତରେ ସେମାନଙ୍କ ପାଇଁ ଯାହା ହୋଇ ପାରିବ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos