ପିସିସି ସଭାପତିଙ୍କ ବୈଠକକୁ ଆସିଲେନି ୪ ବିଧାୟକ

କୋରାପୁଟ: କୋରାପୁଟରେ ବୈଠକ କରିବାକୁ ଯାଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିରାଶ ହୋଇ ଫେରିଛନ୍ତି। ପ୍ରସାଦ ଡାକିଥିବା ବୈଠକରେ ଜିଲ୍ଲାକୁ ୪ ଜଣ କଂଗ୍ରେସ ବିଧାୟକ ଆସି ନ ଥିଲେ। ଫଳରେ ଏହି ବୈଠକକୁ ପିସିସି ସଭାପତିଙ୍କୁ ବାତିଲ କରିବାକୁ ପଡ଼ିଥିଲା। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଏହି ବୈଠକ ଡାକିଥିଲେ ପ୍ରସାଦ। ଅନ୍ୟପକ୍ଷରେ ୨ଜଣ ବିଧାୟକ ଦିଲ୍ଲୀ ଯାଇଥିବାରୁ  ବୈଠକକୁ  ଆସିପାରି ନ ଥିଲେ। ଅପରପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଭୁବନେଶ୍ୱରରେ ଥିଲେ। […]

metting

metting

Rakesh Mallick
  • Published: Tuesday, 13 December 2016
  • Updated: 14 December 2016, 11:53 AM IST

Sports

Latest News

କୋରାପୁଟ: କୋରାପୁଟରେ ବୈଠକ କରିବାକୁ ଯାଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିରାଶ ହୋଇ ଫେରିଛନ୍ତି। ପ୍ରସାଦ ଡାକିଥିବା ବୈଠକରେ ଜିଲ୍ଲାକୁ ୪ ଜଣ କଂଗ୍ରେସ ବିଧାୟକ ଆସି ନ ଥିଲେ। ଫଳରେ ଏହି ବୈଠକକୁ ପିସିସି ସଭାପତିଙ୍କୁ ବାତିଲ କରିବାକୁ ପଡ଼ିଥିଲା। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଏହି ବୈଠକ ଡାକିଥିଲେ ପ୍ରସାଦ। ଅନ୍ୟପକ୍ଷରେ ୨ଜଣ ବିଧାୟକ ଦିଲ୍ଲୀ ଯାଇଥିବାରୁ  ବୈଠକକୁ  ଆସିପାରି ନ ଥିଲେ।

ଅପରପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଭୁବନେଶ୍ୱରରେ ଥିଲେ। ସେ କହିଛନ୍ତି,“କୋରାପୁଟରେ ବୈଠକ ବିଷୟରେ  ପିସିସି ପକ୍ଷରୁ କିଛି କୁହାଯାଇ ନାହିଁ।  ଜିଲ୍ଲା କଂଗ୍ରେସ ସଭାପତିଙ୍କଠାରୁ ବୈଠକ ବିଷୟରେ ଶୁଣିଛି।”

ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ରାଜ୍ୟ କଂଗ୍ରେସର ଜଣେ ବିଧାୟକଙ୍କ ସହ ୭ ଜଣ ନେତା ଏଆଇସିସି ଏସ୍‌ସି ସେଲ ଅଧ୍ୟକ୍ଷ କେ. ରାଜୁଙ୍କ ସହ ବୈଠକ କରିଛନ୍ତି। ଏହି ୭ ଜଣ ନେତାଙ୍କ ମଧ୍ୟରେ ଜୟଦେବ ଜେନା, ଭକ୍ତ ଦାସ, ପ୍ରଦୀପ ମାଝୀ, କୃଷ୍ଣ ଶଗରିଆ, ଶ୍ୟାମ ସୁନ୍ଦର ହାଁସଦା, ରିପୁନାଥ ସେଠ୍‌ ଓ ବାଙ୍କନିଧି ବେହେରା ଅଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos