ଔଷଧଠାରୁ ଅଧିକ ଲାଭଦାୟକ ଫିଜିଓଥେରାପି

ଫିଜିଓଥେରାପି ଏପରି ଏକ ବିକଳ୍ପ ଯାହା ଔଷଧ ତୁଳନାରେ ଅଧିକ ଲାଭାଦାୟକ।  ଯନ୍ତ୍ରଣାରୁ ମୁକ୍ତି ପାଇଁ କେବଳ ଔଷଧ କାଫି ହୋଇ ନଥାଏ। ଏଥିପାଇଁ ଫିଜିଓଥେରାପି ବି ଦରକାର। ଏହାକୁ ଫିଜିକ୍ସ ଟ୍ରିଟ୍‌ମେଣ୍ଟ ମଧ୍ୟ କୁହାଯାଏ। ଏହା ଚିକତ୍ସା ବିଜ୍ଞାନର ଏକ ଶାଖା। ଏହା ଏପରି ଏକ ଚିକିତ୍ସା ପଦ୍ଧତି ଯେଉଁଥିରେ ଏକ୍ସରସାଇଜ୍‌, ଇଲେକ୍ଟ୍ରୋଥେରାପି, ହାତର କସରତ, ପେନ୍‌ ରିଲିଭ୍‌ ମୁଭ୍‌ମେଣ୍ଟ୍ ଦ୍ୱାରା ବ୍ୟଥା ଦୂରା କରାଯାଏ। ଫିଜିଓଥେରାପି ଶରୀରର ବ୍ୟଥା ଦୂର କରି ଅଙ୍ଗ ପ୍ରତ୍ୟଙ୍ଗକୁ […]

health

health

Rakesh Mallick
  • Published: Monday, 14 May 2018
  • Updated: 14 May 2018, 12:16 PM IST

Sports

Latest News

ଫିଜିଓଥେରାପି ଏପରି ଏକ ବିକଳ୍ପ ଯାହା ଔଷଧ ତୁଳନାରେ ଅଧିକ ଲାଭାଦାୟକ।  ଯନ୍ତ୍ରଣାରୁ ମୁକ୍ତି ପାଇଁ କେବଳ ଔଷଧ କାଫି ହୋଇ ନଥାଏ। ଏଥିପାଇଁ ଫିଜିଓଥେରାପି ବି ଦରକାର। ଏହାକୁ ଫିଜିକ୍ସ ଟ୍ରିଟ୍‌ମେଣ୍ଟ ମଧ୍ୟ କୁହାଯାଏ। ଏହା ଚିକତ୍ସା ବିଜ୍ଞାନର ଏକ ଶାଖା। ଏହା ଏପରି ଏକ ଚିକିତ୍ସା ପଦ୍ଧତି ଯେଉଁଥିରେ ଏକ୍ସରସାଇଜ୍‌, ଇଲେକ୍ଟ୍ରୋଥେରାପି, ହାତର କସରତ, ପେନ୍‌ ରିଲିଭ୍‌ ମୁଭ୍‌ମେଣ୍ଟ୍ ଦ୍ୱାରା ବ୍ୟଥା ଦୂରା କରାଯାଏ। ଫିଜିଓଥେରାପି ଶରୀରର ବ୍ୟଥା ଦୂର କରି ଅଙ୍ଗ ପ୍ରତ୍ୟଙ୍ଗକୁ ସଞ୍ଚାଳନ କରିଥାଏ।

bel-agrisi4କ’ଣ ମିଳିଥାଏ ଲାଭ

ଫିଜିଓଥେରାପି ଶରୀରକୁ ପୁନଃ ସକ୍ରିୟ କରିଥାଏ। ଗଣ୍ଠି ଦରଜ, ପିଠି ବ୍ୟଥା, ଶ୍ୱାସ, ଅଣ୍ଟା ବିନ୍ଧା ଆଦି ରୋଗ ପାଇଁ ଫିଜିଓଥେରାପି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଥେରାପି ଆରମ୍ଭ ପୂର୍ବରୁ ମେଡିକାଲ ରିପୋର୍ଟ ଦେଖିବାକୁ ପଡିଥାଏ।

ଏହି ଥେରାପି ଦ୍ୱାରା ଶାରୀରିକ ସମସ୍ୟା ନିୟନ୍ତ୍ରଣକୁ ଆସିଥାଏ। ଏହା ମାଂସପେଶୀକୁ ନମନୀୟ ରଖେ ଓ ଶରୀରରେ ଶକ୍ତି ଜାଗ୍ରତ କରାଏ। ମାନସିକ ଶାନ୍ତି ବଢାଇବା ସହ ଦେହ ହାତ ଦରଜ ଭଲ କରିବାରେ ସାହାଯ୍ୟ କରେ। ଖାସ୍‌ କରି ଚାଲିଚଳନ ଓ ସହଜ ବ୍ୟାୟାମ ଦ୍ୱାରା ରୋଗର ଉପଚାର କରାଯାଏ। ରୋଗୀର ସ୍ଥିତି ଓ ବୟସ ଦେଖି ଫିଜିଓଥେରାପି ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos