ଭୁଲି ଗଲେ ଭାଇଚାରା; ହୋଲିରେ ସୁଝାଇଲେ ନିର୍ବାଚନ ରାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ବେଳେ ସଂଘର୍ଷ ଘଟି ୫୦ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଅଧିକାଂଶ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ଥିବା ବିବାଦରୁ ସଂଘର୍ଷ ଘଟିଛି। ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ପାଟପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି। ଛକ ବିବାଦକୁ କେନ୍ଦ୍ର କରି ପାଟପୁର ଓ ବ୍ରାହ୍ମଣୀ ଗାଁ ମଧ୍ୟରେ ସଂଘର୍ଷ ଘଟିଛି। ଗଣ୍ଡଗୋଲ ଯୋଗୁଁ କଟକ-ବାଙ୍କି ରାସ୍ତାରେ ଗାଡି ଚଳାଚଳ […]

pipili

pipili

Rakesh Mallick
  • Published: Monday, 13 March 2017
  • Updated: 13 March 2017, 07:25 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ବେଳେ ସଂଘର୍ଷ ଘଟି ୫୦ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଅଧିକାଂଶ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ଥିବା ବିବାଦରୁ ସଂଘର୍ଷ ଘଟିଛି।

ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ପାଟପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି। ଛକ ବିବାଦକୁ କେନ୍ଦ୍ର କରି ପାଟପୁର ଓ ବ୍ରାହ୍ମଣୀ ଗାଁ ମଧ୍ୟରେ ସଂଘର୍ଷ ଘଟିଛି। ଗଣ୍ଡଗୋଲ ଯୋଗୁଁ କଟକ-ବାଙ୍କି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ କରିବା ସହ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲା। ଘଟଣାସ୍ଥଳରେ ଫୋର୍ସ ମୁତୟନ କରାଯାଇଛି।

ସେହିପରି ନନ୍ଦନକାନନ ଥାନା ଅନ୍ତର୍ଗତ କଳାଝରୀ ଗାଁରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟି ପ୍ରାୟ ୫ ଜଣ ଆହତ ହୋଇଛନ୍ତି।  ଉତ୍ତ୍ୟକ୍ତ ଲୋକେ ୨ଟି ବାଇକ୍‌ ପୋଡ଼ି ଦେଇଛନ୍ତି। ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ଫୋର୍ସ ମୁତୟନ ହୋଇଛି।

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରତନପୁର ଗାଁରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଘଟିଛି। ହୋଲି ଖେଳ ଚାଲିଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ଗୋଷ୍ଠୀର ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

ଭିନ୍ନ ଭିନ୍ନ କାରଣରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପଞ୍ଚପଲ୍ଲୀ, କଣ୍ଟିପାଳ ଓ ପଞ୍ଚୁଗୋଛିଆ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତଣୋହିରେ ରାଜନୈତିକ ହିଂସା ଘଟି ୭ ଜଣ ଆହତ ହୋଇଛନ୍ତି। ୨ ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ସଂଘର୍ଷ ଘଟିଥିଲା। ୨ଟି ଦୋକାନ ପୋଡ଼ି ଦିଆଯାଇଥିବା ବେଳେ ଉଭୟ ପକ୍ଷରୁ ଟେକାପଥର ମାଡ଼ ହୋଇଛି। ପୋଲିସ ୪ ଜଣଙ୍କୁ ଅଟକ ରଖିଛି। ସେହିପରି ପାଟକୁରା ଅଞ୍ଚଳରେ ଗଣ୍ଡଗୋଳ ଘଟି ୨ ଜଣ ଆହତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ବାହାନଗାର ଅରଳା ଜେନା ସାହିରେ ହୋଲି ଖେଳ ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ହୋଲି ଖେଳ ବେଳେ ଡିଜେ ବଜାଇବାକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଛି। ଏଥିରେ ୯ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଜହ୍ନେ ଗାଁରେ ହୋଲି ଖେଳ ବେଳେ ରାଜନୈତିକ ହିଂସା ଘଟିଛି। ୨ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବା ଫଳରେ ୪ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପୁରୀ ଜିଲ୍ଲା ଶିଉଳା ଏବଂ ଉଜାଣିପଡ଼ା ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ  ଘଟି ୭ ଜଣ  ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩ ଜଣଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଛି। ପଞ୍ଚାୟତ ନିର୍ବାଚନ ବେଳେ ବିବାଦକୁ ନେଇ ହୋଲିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।

ହୋଲିରେ ରଙ୍ଗ ଖେଳକୁ ନେଇ ଦାଣ୍ଡମୁକୁନ୍ଦପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଲୁଣିପଡ଼ା ଶାସନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ୨୨ ଜଣ ଆହତ ହୋଇଛନ୍ତି। ପୂର୍ବରୁ ପଞ୍ଚାୟତ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଆଜି ରଙ୍ଗ ଖେଳ ଚାଲିଥିବା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos