ଜୁନ୍ ୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

council

ଭୁବନେଶ୍ୱର: ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆସନ୍ତା ଜୁନ୍ ୧ ତାରିଖରେ ପ୍ରକାଶ ପାଇବ।

ସେହି ଦିନ ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଫିସ୍‌ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବେ।

www.orissaresults.nic.in ଓ www.chseodisha.nic.in ୱେବସାଇଟ୍‌ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଫଳାଫଳ ଜାଣି ପାରିବେ। ପରୀକ୍ଷା ଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ଥିଲେ ସେମାନେ ୧୫ ଦିନ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜ୍ଞାନ ଭଳି ବାଣିଜ୍ୟ ବିଭାଗ ଖାତାଗୁଡ଼ିକର ଇ-ମୂଲ୍ୟାୟନ କରାଯାଇଥିଲା। ତେବେ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାଗୁଡ଼ିକର ମୂଲ୍ୟାୟନ ମାନୁୱାଲ୍ ପଦ୍ଧତିରେ କରାଯାଇଥିଲା।

କଳାରେ ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଯଥାକ୍ରମେ ୩୫,୦୦୦ ଓ ୧୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ସୂଚନାଯୋଗ୍ୟ, ମେ’୧୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ କରିଥିଲା ସିଏଚ୍‌ଏସ୍‌ଇ। ବିଜ୍ଞାନରେ ୮୪,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୭,୯୯୯ ଜଣ ପାସ୍ କରିଥିଲେ। ପାସ୍ ହାର ୮୧ ପ୍ରତିଶତ ଥିଲା।

Previous ArticleNext Article

Send this to a friend