ପୋଲାଭରମ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ଦେଲା ୧୯୮୧ କୋଟି ୫୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଓଡ଼ିଶାର ତୀବ୍ର ବିରୋଧ ସତ୍ତ୍ୱେ ବିବାଦୀୟ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଇଛନ୍ତି। ପ୍ରକଳ୍ପ କାମ ଆଗେଇ ନେବା ପାଇଁ ଆଜି ନାବାର୍ଡ ଜରିଆରେ ଆନ୍ଧ୍ରପ୍ରଦେଶକୁ ୧୯୮୧ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁ ଏବଂ ନାବାର୍ଡର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପରେ ଓଡ଼ିଶାର […]

uma

uma

Rakesh Mallick
  • Published: Monday, 26 December 2016
  • Updated: 26 December 2016, 10:31 PM IST

Sports

Latest News

umaନୂଆଦିଲ୍ଲୀ: ଓଡ଼ିଶାର ତୀବ୍ର ବିରୋଧ ସତ୍ତ୍ୱେ ବିବାଦୀୟ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଇଛନ୍ତି। ପ୍ରକଳ୍ପ କାମ ଆଗେଇ ନେବା ପାଇଁ ଆଜି ନାବାର୍ଡ ଜରିଆରେ ଆନ୍ଧ୍ରପ୍ରଦେଶକୁ ୧୯୮୧ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁ ଏବଂ ନାବାର୍ଡର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ପରେ ଓଡ଼ିଶାର ବିରୋଧକୁ ନେଇ ଉମା ଭାରତୀ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ,“ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ସହମତିରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ପ୍ରକଳ୍ପର ଡିଜାଇନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଓଡ଼ିଶାର ଆପତ୍ତି ଅମୂଳକ। ନବୀନ ଭାଇଙ୍କ ସମ୍ପର୍କରେ କ’ଣ କହିବି। ବେଳେ ବେଳେ ସେ ଏମିତି ପ୍ରଶ୍ନ କରୁଛନ୍ତି ଯାହାର କିଛି ଉତ୍ତର ନାହିଁ। ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ।”

ବିଜେଡି ସଂସଦୀୟ ଦଳ ମୁଖପାତ୍ର କଲିକେଶ ନାରାୟଣ ସିହଦେଓ କହିଛନ୍ତି,“ଆମେ ଦୁଃଖିତ ଯେ ଯେତେ ପ୍ରତିବାଦ କଲେ ମଧ୍ୟ କେନ୍ଦ୍ର ସରକାର ଆମ ଦାବି ଶୁଣୁନାହିଁ। ଅତୀତର ଉପା ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାର ପାଖରୁ ଓଡ଼ିଶା ଯେଉଁ ନ୍ୟାୟ ପାଇବା କଥା ପାଉନାହିଁ।”

ଗତ ଜୁନ ୨ ତାରିଖରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼କୁ ନେଇ ଗଠିତ ଯୁଗ୍ମ କମିଟି ବୈଠକ ଡାକିଥିଲେ। ଏଥିରେ ମୂଳ ଡିଜାଇନରେ ପରିବର୍ତ୍ତନ କରି ପୋଲାଭରମ୍‌ ପ୍ରକଳ୍ପର କ୍ଷମତା ୩୬ ଲକ୍ଷ କ୍ୟୁସେକ୍‌ରୁ ୫୦ ଲକ୍ଷ କ୍ୟୁସେକ୍‌କୁ ବୃଦ୍ଧି କରାଯିବା ନେଇ ଓଡ଼ିଶା ଆପତ୍ତି ଉଠାଇ ଥିଲା। ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବା ବେଳେ ଜଳଭଣ୍ଡାର ନିର୍ମାଣ କଥା ଉଲ୍ଲେଖ ନ ଥିବା ଓଡ଼ିଶା ଯୁକ୍ତି ରଖିଥିଲା। ସେହିପରି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କୌଣସି ଜଙ୍ଗଲ ଜମି ଯେପରି ଜଳମଗ୍ନ ନ ହେବ ସେହି ସର୍ତ୍ତରେ ପରିବେଶ ମଞ୍ଜୁରୀ ଦିଆଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାର ଏହାକୁ ଉପେକ୍ଷା କରିଥିବାରୁ ମଞ୍ଜୁରୀ ଆପେ ଆପେ ରଦ୍ଦ ହୋଇଯାଇଥିବା ଓଡ଼ିଶା ପକ୍ଷରୁ କୁହାଯାଇଥିଲା।

ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର ଅଭିଯୋଗକୁ ସେତେବେଳେ ଖଣ୍ଡନ କରିଥିଲେ। ଓଡ଼ିଶାର କୌଣସି ଜଙ୍ଗଲ ଜମି ଜଳମଗ୍ନ ହେବ ନାହିଁ ବୋଲି ଆନ୍ଧ୍ର ଜଳସମ୍ପଦ ସଚିବ ଚିଠି ଲେଖି ଓଡ଼ିଶାର ଜଳସମ୍ପଦ ସଚିବଙ୍କୁ ଅବଗତ କରିବା ସହ ଓଡ଼ିଶା ପକ୍ଷରୁ ଉଠାଯାଉଥିବା ସମସ୍ତ ଆପତ୍ତିର ସ୍ପଷ୍ଟିକରଣ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos