ଅବିବେକି ପୋଲିସ: କଅଁଳ ଶିଶୁଙ୍କୁ ଘରେ ଏକା ଛାଡି ଜେଜେବାପା, ଜେଜେମାଆଙ୍କୁ ବାନ୍ଧିନେଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ପୋଲିସ ଦେଖାଇଛି ବେପରୁଆ କାର୍ଯ୍ୟ। ଦୁଇ କଅଁଳା ଶିଶୁଙ୍କୁ ଏକୁଟିଆ ଛାଡ଼ି ହତ୍ୟା ଅଭିଯୋଗରେ ୮୦ ବର୍ଷର ବୃଦ୍ଧ ଓ ବୃଦ୍ଧାଙ୍କୁ ଗିରଫ କରିନେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ପାଖରୁ ଖବର ପାଇବା ପରେ ସିଡବ୍ଲ୍ୟୁସି ଘଟଣା ସ୍ଥଳରେ ପହଞ୍ଚି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିଛି।

ଗତ ୧୭ ତାରିଖରେ ତେରଗାଁର ସୁମିତ୍ରା ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା। ସୁମିତ୍ରାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ତାଙ୍କ ସ୍ୱାମୀଙ୍କୁ ମାର୍ଶାଘାଇ ଥାନା ପୋଲିସ ଗିରଫ କରିଥିଲା। ଏହାପରେ ସୁମିତ୍ରାଙ୍କ ଦୁଇ ଶିଶୁକନ୍ୟା ତାଙ୍କ ଜେଜେବାପା ଓ ଜେଜେମାଆଙ୍କ ପାଖରେ ରହୁଥିଲେ। ଆଜି ହଠାତ ପୋଲିସ ହତ୍ୟା ଅଭିଯୋଗରେ ୮୦ ବର୍ଷର ଗୌରାଙ୍ଗ ପରିଡ଼ା ଓ ହେମଲତା ପରିଡ଼ାଙ୍କୁ ଘରୁ ଉଠାଇ ନେଇଥିଲା। ହେଲେ ଦୁଇ ଶିଶୁଙ୍କୁ ନିୟମ ଅନୁଯାୟୀ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରି ନଥିଲା। ଖବର ପାଇ ଘଟଣାସ୍ଥଳକୁ ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ଆସି ଶିଶୁ ଦୁହିଁଙ୍କୁ ଉଦ୍ଧାର କରିଛି।

Previous ArticleNext Article

Send this to a friend