ମିଲି ମର୍ଦ୍ଦାନୀ: ନିର୍ଯାତନାର ଅନ୍ଧାର କୋଠରୀରୁ ଦୁଇ ଯୁବତୀଙ୍କ ସମେତ ୭ ଉଦ୍ଧାର

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସଙ୍କଟରେ ପଡ଼ିଛନ୍ତି ନାବାଳିକା। ଟଙ୍କାର ଲୋଭ ଦେଖାଇ ଯୁବତୀଙ୍କୁ ଅନ୍ୟତ୍ର ପଠାଯାଉଛି। ସେମାନଙ୍କ ପାଇଁ ନୂଆଦିଲ୍ଲୀ ପାଲଟିଯାଉଛି ନୂଆଠିକଣା। ଯନ୍ତ୍ରଣା, ନିର୍ଯାତନା, ବର୍ବରତା ବଲିଉଡ୍ ସିନେମାର କାହାଣୀ ଭଳି ଲାଗୁ ଥିଲେ ମଧ୍ୟ ସତ। ସୁନ୍ଦରଗଡ଼ରୁ ନୂଆଦିଲ୍ଲୀ ଚାଲାଣ ହେଉଥିବା ଯୁବତୀ ଓ ନାବାଳିକାମାନେ ଶୋଷଣରେ ଶିକାର ହେଉଥିଲେ। ପଇସା ବଦଳରେ ସେମାନଙ୍କୁ ମାଡ଼ ଓ ଗାଳି ମିଳୁଥିଲା। ଏନେଇ ଏକ ଭିଡ଼ିଓ ଓଟିଭିକୁ ମିଳିବା ପରେ ତଲସରା ସବ୍‌ଇନ୍ସପେକ୍ଟର ମିଲି ସାହୁଙ୍କ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 09:12 PM IST

Sports

Latest News

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସଙ୍କଟରେ ପଡ଼ିଛନ୍ତି ନାବାଳିକା। ଟଙ୍କାର ଲୋଭ ଦେଖାଇ ଯୁବତୀଙ୍କୁ ଅନ୍ୟତ୍ର ପଠାଯାଉଛି। ସେମାନଙ୍କ ପାଇଁ ନୂଆଦିଲ୍ଲୀ ପାଲଟିଯାଉଛି ନୂଆଠିକଣା। ଯନ୍ତ୍ରଣା, ନିର୍ଯାତନା, ବର୍ବରତା ବଲିଉଡ୍ ସିନେମାର କାହାଣୀ ଭଳି ଲାଗୁ ଥିଲେ ମଧ୍ୟ ସତ। ସୁନ୍ଦରଗଡ଼ରୁ ନୂଆଦିଲ୍ଲୀ ଚାଲାଣ ହେଉଥିବା ଯୁବତୀ ଓ ନାବାଳିକାମାନେ ଶୋଷଣରେ ଶିକାର ହେଉଥିଲେ। ପଇସା ବଦଳରେ ସେମାନଙ୍କୁ ମାଡ଼ ଓ ଗାଳି ମିଳୁଥିଲା। ଏନେଇ ଏକ ଭିଡ଼ିଓ ଓଟିଭିକୁ ମିଳିବା ପରେ ତଲସରା ସବ୍‌ଇନ୍ସପେକ୍ଟର ମିଲି ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଦିଲ୍ଲୀ ଯାଇ ୭ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ୧୨ ଦିନର ଅପରେସନରେ ମିଲି ବହୁ ପ୍ରତିବନ୍ଧକ ସାମ୍ନା କରିଥିଲେ। ଏପରିକି ଧମକ ମଧ୍ୟ ପାଇଥିଲେ। ମାତ୍ର ତାଙ୍କ ସାହସ ଓ ଶକ୍ତି ଆଗରେ ସେମାନଙ୍କ ଧମକ ଫେଲ୍‌ ମାରିଥିଲା। ହିନ୍ଦୀ ଫିଲ୍ମ ‘ମରର୍ଦ୍ଦାନୀ’ରେ ରାଣୀ ମୁଖାର୍ଜୀଙ୍କ ଶୈଳୀରେ ମିଲି ଅତ୍ୟନ୍ତ ସାହସର ସହିତ ଅପରେସନକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇ ଥିଲେ।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା କରାଡେଗା ଅଞ୍ଚଳର ଜଣେ ଯୁବତୀ ଦିଲ୍ଲୀରେ ନିର୍ଯାତନା ପାଉଥିଲେ। ଏନେଇ ଏକ ଭିଡ଼ିଓ ଓଟିଭିକୁ ମିଳିଥିଲା। ଭିଡ଼ିଓରେ ଯୁବତୀ ଜଣକ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଏହି ଭିଡ଼ିଓ ଓଟିଭିରେ ପ୍ରସାରଣ ପରେ ଘଟଣାର ତଦନ୍ତ ପାଇଁ ସୁନ୍ଦରଗଡ଼ ଏସ୍‌ପି ଏକ ଟିମ ଗଠନ କରି ଦିଲ୍ଲୀ ପଠାଇ ଥିଲେ। ମିଲିଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ୧୨ ଦିନର କସରତ ପରେ ଫସି ରହିଥିବା ଯୁବତୀଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ସାତ ଜଣଙ୍କ ମଧ୍ୟରେ ଦୁଇ ଯୁବତୀ, ୨ ନାବାଳିକା ଓ ୩ ଯୁବକ ରହିଛନ୍ତି। ଆଜି ସେମାନଙ୍କୁ ସିଡବ୍ଲୁସି(CWC)ଙ୍କ ନିକଟରେ ହାଜର କରାଯାଇଥିଲା। ପରେ ଏସ୍‌ପିଙ୍କ ସମ୍ମୁଖରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଯୁବତୀଙ୍କୁ ଉଦ୍ଧାର ବେଳେ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଏପରିକି ସ୍ଥାନୀୟ ଲୋକଙ୍କଠାରୁ ଧମକ ମଧ୍ୟ ମିଳିଥିଲା।

ଟିମ୍‌ର ମୁଖ୍ୟ ତଥା ତଳସରା ଥାନା ସବ୍‌ଇନ୍ସପେକ୍ଟର ମିଲି ସାହୁ କହିଛନ୍ତି-“ନିର୍ଯାତନାରେ ଶିକାର ହେଉଥିବା ଯୁବତୀ, ନାବାଳିକା ଓ ଯୁବକମାନଙ୍କୁ ଉଦ୍ଧାର କରିବା କଷ୍ଟ ଦାୟକ ଥିଲା। କାରଣ-ଯାହା ପାଖରେ ଏମାନେ କାମ କରୁଥିଲେ, ସେମାନେ ଆମକୁ ବିରୋଧ କରୁଥିଲେ। ଆଇନ୍‌ର ସହାୟତା ନେଇ ସେମାନଙ୍କୁ (ଯୁବତୀ, ନାବାଳିକା ଓ ଯୁବକ) ଉଦ୍ଧାର କରିବାରେ ସମ୍ଭବ ହୋଇଥିଲୁ।”

ଉଦ୍ଧାର ହୋଇଥିବା ଯୁବତୀଙ୍କ ବାପା କହିଛନ୍ତି-“୪ ବର୍ଷ ତଳେ କାମ କରିବାକୁ ଦିଲ୍ଲୀ ଯାଇଥିଲା। ଘରକୁ ଫେରୁ ନଥିଲା। ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଖାଇବାକୁ ଦିଆଯାଉନଥିଲା। ମାରପିଟ୍‌ ମଧ୍ୟ କରାଯାଉଥିଲା। ପୋଲିସ ତାକୁ ଉଦ୍ଧାର କରି ଆଣିଛନ୍ତି।”

ଆଦିବାସୀ ବହୁଳ ଏହି ଜିଲ୍ଲାରେ ଅଶିକ୍ଷା, ବେରୋଜଗାରୀ ଓ ଦଲାଲଙ୍କ ପ୍ରଲୋଭନ ଯୋଗୁଁ ହଜାର ହଜାର ଯୁବକ ଓ ଯୁବତୀ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ସେଠାରେ ଠକାମୀର ଶିକାର ହୋଇ ନିର୍ଯାତନା ପାଉଛନ୍ତି। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା କରାଯିବ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story