ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇପାରେ। ଏନେଇ ପୂର୍ବରୁ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଗତ ୩୧ ତାରିଖରେ ମାନ୍ୟବର ହାଇକୋର୍ଟ ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି ଅଗଷ୍ଟ ୧୦ ତାରିଖକୁ ସ୍ଥିର କରିଥିଲେ। ସେହିପରି ସୂଚନା ଅଧତ୍କାର କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି ସେପ୍ଟେମ୍ବର ୬ତାରିଖକୁ ସ୍ଥିର କରାଯାଇଛି।
ହାଇକୋର୍ଟ ଜୁଲାଇ ୧୮ ତାରିଖରେ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ। କିନ୍ତୁ ଗତ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ଏକ ମିସକେସ୍ ଦାଏର କରିଥିଲେ। ଏଥିରେ ସେ, ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି ପାଇଁ ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଲୋକ ହୋଇନଥିବାରୁ ଏସବୁ ପଚାରି ପାରିବେନି। ସେହିପରି ନିର୍ବାଚନ ସରିବାର ୨ ବର୍ଷ ପରେ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲ୍ଲାପାଳ ଯୁକ୍ତି ବାଢ଼ିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।