‘ଚଷା ପୁଅ ଚଷା ଭାଇଙ୍କ କଥା ବୁଝିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ତାଙ୍କ ହାତରେ ଥିବା କୃଷି ଓ ମତ୍ସ୍ୟ ପଶୁ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ଦାୟିତ୍ୱ ନେବା ପରେ ମହାରଥୀ କହିଛନ୍ତି-“ଚଷା ପୁଅ ଚଷା ଭାଇଙ୍କ କଥା ବୁଝିବ। ମୁଖ୍ୟମନ୍ତ୍ରୀ ଯେଉଁ ବିଶ୍ୱାସ ରଖି ମୋତେ ଦାୟିତ୍ୱ ଦେଇଛନ୍ତି, ତାହାକୁ ସୂଚାରୁରୂପେ ସମ୍ପାଦନ କରିବି।”

ଅଧିକ ଦାୟିତ୍ୱ ମିଳିଥିବାରୁ ଚାପ ରହିବାକୁ ନେଇ ସେ କହିଛନ୍ତି-“କୃଷି ବିଭାଗ ହେଉଛି ଏକ ବଡ଼ ବିଭାଗ। ଏହା ଚାପ ନୁହେଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।”

Previous ArticleNext Article

Send this to a friend