ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ: ଇରା ସିଂଘଲ ଟପ୍ପର, ୧୬ ନମ୍ବର ସ୍ଥାନରେ ଓଡ଼ିଆ ଝିଅ ଅନନ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର: ଶନିବାର ପ୍ରକାଶ ପାଇଛି ୟୁପିଏସି ଦ୍ୱାରା ପରିଚାଳିତ ୨୦୧୪ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। ଏଥରେ ମୋଟ ୧,୨୩୬ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସ୍ଥାନରେ ରହିଛନ୍ତି ଇରା ସିଂଘଲ। ଟପ୍ ପାଞ୍ଚୋଟି ସ୍ଥାନରୁ ଚାରିଟିରେ ଝିଅମାନେ ବାଜିମାତ୍ କରିଛନ୍ତି। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ରହିଛନ୍ତି ରେଣୁ ରାଜ, ନିଧି ଗୁପ୍ତା ଓ ବନ୍ଦନା ରାଓ। ପୁଅଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ସୁହର୍ଷ ଭଗତ। ସେ ତାଲିକାର […]

upsc

upsc

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 01:49 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ଶନିବାର ପ୍ରକାଶ ପାଇଛି ୟୁପିଏସି ଦ୍ୱାରା ପରିଚାଳିତ ୨୦୧୪ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। ଏଥରେ ମୋଟ ୧,୨୩୬ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସ୍ଥାନରେ ରହିଛନ୍ତି ଇରା ସିଂଘଲ। ଟପ୍ ପାଞ୍ଚୋଟି ସ୍ଥାନରୁ ଚାରିଟିରେ ଝିଅମାନେ ବାଜିମାତ୍ କରିଛନ୍ତି। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ରହିଛନ୍ତି ରେଣୁ ରାଜ, ନିଧି ଗୁପ୍ତା ଓ ବନ୍ଦନା ରାଓ। ପୁଅଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ସୁହର୍ଷ ଭଗତ। ସେ ତାଲିକାର ୫ମ ସ୍ଥାନରେ ରହିଛନ୍ତି।

ଏଥର ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି ଅନନ୍ୟା ଦାସ। ସେ ୧୬ତମ ସ୍ଥାନରେ ରହିଛନ୍ତି। ପ୍ରଥମ ୫୦ଟି ସ୍ଥାନରେ ତିନି ଜଣ ଓଡ଼ିଆ ରହିଥିବା ବେଳେ ୧୦୦ଟି ସ୍ଥାନର ମଧ୍ୟରେ ୬ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ମହମ୍ମଦ ଅବଦାଲ ଅଖତାର (୩୫) ଓ ଲିଙ୍ଗରାଜ ପଣ୍ଡା ୩୮ତମ ସ୍ଥାନରେ ରହିଥିବା ବେଳେ କ୍ରାନ୍ତି କୁମାର ପତି ୫୦ ନମ୍ବର ସ୍ଥାନରେ ରହିଛନ୍ତି। କୃତକାର୍ଯ୍ୟ ଅନ୍ୟ ଓଡ଼ିଆ ପରୀକ୍ଷାର୍ଥୀମାନେ ହେଉଛନ୍ତି- ପାମେଲା ଶତପଥୀ (୫୧), ପ୍ରଭାତ ମଲ୍ଲିକ (୬୮), ସ୍ମୃତି ରଂଜନ ମହାନ୍ତି (୮୭), ସନ୍ଦୀପ କୁମାର ମଲ୍ଲିକ (୧୦୨), ଅରୁଣାଂଶୁ ଗିରି (୧୩୨), ଅଭିଷେକ ତ୍ରିପାଠୀ (୧୫୧), ସୌମ୍ୟା ମିଶ୍ର (୧୭୭), ପଦ୍ମିନୀ ସାହୁ (୧୯୯), ସୁଶାନ୍ତ କୁମାର ମିଶ୍ର (୨୩୭), ଆଶିଷ କୁମାର ପଣ୍ଡା (୨୭୬), ଶତରୂପା ମିଶ୍ର (୩୦୩), ନନ୍ଦ ଦୁଲାଳ ଦାସ (୪୯୩), ଅପୂର୍ବ ମିଶ୍ର (୬୫୪), ଅଂଶୁମାନ ମିଶ୍ର (୬୭୨), ସୁଚରିତା ଦାସ (୭୧୧), ଧୀମାନ ବରାଇ (୭୬୮), ହୃଦୟ କୁମାର ଦାସ (୧୦୭୯), ସୁନୀଲ ଦାସ (୧୧୬୧), ରାଜକୁମାର ଦାସ (୧୧୭୨), ପରେଶ୍ୱର ଦାଶ (୧୨୨୦) ଓ ରାକେଶ ଦାସ (୧୨୩୧)। ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ପର୍ସନାଲିଟି ଟେଷ୍ଟ ଶେଷ ହେବାର ୪ ଦିନ ମଧ୍ୟରେ ଫଳ ଘୋଷଣା କରିଛନ୍ତି।

୨୦୧୪ ସିଭିଲ ସର୍ଭିସ ପାଇଁ ଗତବର୍ଷ ଅଗଷ୍ଟ ୨୪ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। ସାରା ଦେଶରେ ୪.୫୧ ଲକ୍ଷ ପରୀକ୍ଷାର୍ଥୀ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ। ତେବେ ପ୍ରାୟ ୯.୪୫ ଲକ୍ଷ ଏଥିପାଇଁ ଆବେଦନ କରିଥିଲେ।

ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ୪.୫୧ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬,୯୩୩ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଗତବର୍ଷ ଡିସେମ୍ବର ମାସରେ ମୁଖ୍ୟ ପରୀକ୍ଷା ହୋଇଥିଲା। ୧୬,୯୩୩ ଜଣ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬,୨୮୬ ଜଣ ମୁଖ୍ୟ ପରୀକ୍ଷା ଦେଇଥିଲେ। ମୁଖ୍ୟ ପରୀକ୍ଷାର ଫଳ ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ପ୍ରକାଶ ପାଇଥିଲା। ସାକ୍ଷାତକାର ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିଥିଲେ ୩,୩୦୮ ଜଣ। ସେମାନଙ୍କ ମଧ୍ୟରୁ ୩,୩୦୩ ଜଣ ସାକ୍ଷାକାର ପରୀକ୍ଷା ଦେଇଥିଲେ। ଏପ୍ରିଲ୍ ୨୭ ତାରିଖରୁ ଜୁନ୍ ୩୦ ମଧ୍ୟରେ ସାକ୍ଷାତକକାର ପରୀକ୍ଷା ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story