ପ୍ରତିଦିନ ଗୋଟିଏ ମିନିଟ୍‌ ଦିଅନ୍ତୁ, କମିଯିବ ଓଜନ

ନୂଆଦିଲ୍ଲୀ: ମେଦ ବହୁଳତା ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ମେଦ ବହୁଳତା କମାଇବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ଡାଏଟିଂ କରୁଛନ୍ତି ତ ଆଉ କିଏ ଜିମ୍‌ ଯାଇ ଝାଳ ବୁହାଉଛନ୍ତି। କିଛି ଲୋକ ଭୋର ଓ ସନ୍ଧ୍ୟା ସମୟରେ ୱାକରେ ଯାଉଛନ୍ତି। ଏପରିକି ଡାକ୍ତରଙ୍କ ପରାମର୍ଶ ନେଇ ପକେଟ୍‌ ଖାଲି କରୁଛନ୍ତି। ଏହାସତ୍ତ୍ୱେ ମେଦ […]

ear

ear

Rakesh Mallick
  • Published: Friday, 26 January 2018
  • Updated: 26 January 2018, 09:01 AM IST

Sports

Latest News

ନୂଆଦିଲ୍ଲୀ: ମେଦ ବହୁଳତା ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ମେଦ ବହୁଳତା କମାଇବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ଡାଏଟିଂ କରୁଛନ୍ତି ତ ଆଉ କିଏ ଜିମ୍‌ ଯାଇ ଝାଳ ବୁହାଉଛନ୍ତି। କିଛି ଲୋକ ଭୋର ଓ ସନ୍ଧ୍ୟା ସମୟରେ ୱାକରେ ଯାଉଛନ୍ତି। ଏପରିକି ଡାକ୍ତରଙ୍କ ପରାମର୍ଶ ନେଇ ପକେଟ୍‌ ଖାଲି କରୁଛନ୍ତି। ଏହାସତ୍ତ୍ୱେ ମେଦ ବହୁଳତା କେମିତି କମିବ ସେ ଚିନ୍ତା ଲାଗି ରହୁଛି। ଆଜି ଆମେ ଏମିତି ଏକ ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇଲେ ଆପଣଙ୍କୁ ଏସବୁ କରିବାକୁ ପଡ଼ିବ ନାହିଁ ଓ ଆପଣଙ୍କ ଓଜନ କମିଯିବ।

ଉପାୟଟି ହେଲା ଆକ୍ୟୁପ୍ରେସର। ସାଧାରଣତଃ ଲୋକଙ୍କ ଧାରଣା ରହିଛି ଆକ୍ୟୁପ୍ରେସର ବାନ୍ତି, ମୁଣ୍ଡବିନ୍ଧା ଓ ଅଣ୍ଟା ବିନ୍ଧା ବେଳେ କରାଯାଇଥାଏ। ହେଲେ ବହୁତ କମ ଲୋକ ଜାଣନ୍ତି ଆକ୍ୟୁପ୍ରେସର ଦ୍ୱାରା ଶରୀରର ଓଜନ କମି ଥାଏ। ଏହା ବହୁତ ସରଳ ଉପାୟ। ଆପଣଙ୍କ କାନ ପାଖରେ ଥିବା ଏକ ପଏଣ୍ଟକୁ ନିୟମ ଅନୁସାରେ ଚିପିବାକୁ ପଡ଼ିବ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ପ୍ରକୃତରେ ଏହା ଓଜନ କମାଇବାର ସବୁଠାରୁ ସରଳ ଉପାୟ।

ଏହି ସରଳ ଉପାୟ ଆପଣଙ୍କ ଭୋକକୁ ନିଯନ୍ତ୍ରଣ କରିବା ସହ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ଏବେ ଭାବୁଥିବେ ପ୍ରତିଦିନ କାନର ପଏଣ୍ଟକୁ କେତେ ସମୟ ଓ କେତେ ଥର ଦବାଇବାକୁ ପଡ଼ିବ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିପାଇଁ ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ ପ୍ରତିଦିନ ମାତ୍ର ଏକ ମିନିଟ୍‌ ବାହାର କରିବାକୁ ପଡ଼ିବ। ପ୍ରତିଦିନ ଏକ ମିନିଟ୍‌ ଏପରି କରି ଆପଣ ନିଜ ଓଜନ କମାଇ ପାରିବେ।

କ’ଣ କରିବେ

ଆପଣଙ୍କ ବିଶି ଆଙ୍ଗୁଠିକୁ କାନ ପାଖରେ ତ୍ରିକୋଣୀୟ ଆକାରରେ ଥିବା ଟିସ୍ୟୁ ଆଗରେ ରଖନ୍ତୁ। ଏବେ ମୁହଁକୁ ବନ୍ଦ ଓ ଖୋଲନ୍ତୁ। ଏହି ସମୟରେ କାନ ପାଖରେ ସବୁଠାରୁ ଅଧିକ ମୁଭମେଣ୍ଟ ହେଉଥିବା ପଏଣ୍ଟକୁ ଖୋଜନ୍ତୁ। ଏହା ଆପଣଙ୍କ କାନ ଓ ମୁହଁ ମଧ୍ୟରେ ସବୁଠାରୁ ଅଧିକ ଆକ୍ଟିଭ ପଏଣ୍ଟ। ଏବେ ଏହି ପଏଣ୍ଟକୁ ଅତି କମରେ ୧ ମିନିଟ୍‌ ପର୍ଯ୍ୟନ୍ତ ଦବାଇ ରଖନ୍ତୁ।

ଆଉ ଗୋଟେ କଥା ମନେ ରଖିବେ, ଏପରି କରି ଆପଣ ଓଜନ କମାଇ ଦେବେ ଓ ମନଇଚ୍ଛା ଖାଇବେ ବୋଲି ଭାବନ୍ତୁ ନାହିଁ। ଏହି ଉପାୟ ଅବଲମ୍ବନ କରିବା ସହ ଆପଣଙ୍କୁ ଖିଆପିଆରେ ଧ୍ୟାନ ଦେବା ସହ ୱାର୍କଆଉଟ୍‌ ମଧ୍ୟ କରିବାକୁ ପଡ଼ିବ। ବେଶି କିଛି ନୁହେଁ, ମାତ୍ର ୧୫ ମିନିଟ କାର୍ଡିଓ କରିବାକୁ ପଡ଼ିବ। ଏହାସହ ତେଲିଆ ଓ ଜଙ୍କ ଫୁଡରୁ ଯଥା ସମ୍ଭବ ଦୂରେଇ ରହିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos