ବଳାତ୍କାର: କେଉଁଠି ସର୍ବସାଧାରଣରେ ଫାଶି ଦିଆଯାଏ ତ’ଆଉ କେଉଁଠି ଦୋଷୀର ଗୁପ୍ତାଙ୍ଗ ଛେଦନ କରାଯାଏ, ହେଲେ ଭାରତରେ...

ଏବେ ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସାରା ଦେଶକୁ ମର୍ମାହତ କରିଛି।  ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ଉତ୍ତରପ୍ରଦେଶର ଉନ୍ନାଉ ବଳାତ୍କାର ଓ ଜମ୍ମୁ କାଶ୍ମୀରର ୭ ବର୍ଷର ଝିଅ ଆସିଫାଙ୍କୁ ଗଣଦୁଷ୍କର୍ମ ହତ୍ୟା ଘଟଣା ସମଗ୍ର ଭାରତକୁ ଦୋହଲାଇଦେଇଛି। ସୋସଆଲ ମିଡିଆଠାରୁ ଆରମ୍ଭ କରି ସହର ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଏହି ଅମାନବୀୟକାଣ୍ଡକୁ ଚର୍ଚ୍ଚା।  ନ୍ୟାୟ ପାଇଁ କିଏ କ୍ୟାଣ୍ଡେଲ ଜାଳୁଛି ତ ଆଉ ଆଉ କିଏ ସଭା ଶୋଭାଯାତ୍ରା କରି ସ୍ୱର ଉଠାଇଛନ୍ତି। ଅଭିଯୁକ୍ତଙ୍କୁ ଦଣ୍ଡ […]

punishment

punishment

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 12:55 PM IST

ଏବେ ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସାରା ଦେଶକୁ ମର୍ମାହତ କରିଛି।  ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ଉତ୍ତରପ୍ରଦେଶର ଉନ୍ନାଉ ବଳାତ୍କାର ଓ ଜମ୍ମୁ କାଶ୍ମୀରର ୭ ବର୍ଷର ଝିଅ ଆସିଫାଙ୍କୁ ଗଣଦୁଷ୍କର୍ମ ହତ୍ୟା ଘଟଣା ସମଗ୍ର ଭାରତକୁ ଦୋହଲାଇଦେଇଛି। ସୋସଆଲ ମିଡିଆଠାରୁ ଆରମ୍ଭ କରି ସହର ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଏହି ଅମାନବୀୟକାଣ୍ଡକୁ ଚର୍ଚ୍ଚା।  ନ୍ୟାୟ ପାଇଁ କିଏ କ୍ୟାଣ୍ଡେଲ ଜାଳୁଛି ତ ଆଉ ଆଉ କିଏ ସଭା ଶୋଭାଯାତ୍ରା କରି ସ୍ୱର ଉଠାଇଛନ୍ତି। ଅଭିଯୁକ୍ତଙ୍କୁ ଦଣ୍ଡ ପାଇଁ ସବୁଠି ଦାବି ଉଠିଛି। ଯାହାକି ବେଟୀ ବଚାଓ ବେଟୀ ପଢାଓ ସ୍ଲୋଗାନ ଦେଉଥିବା ମୋଦି  ସରକାରଙ୍କ ନାରୀ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ତେବେ ଯୌନ ଉତ୍ପୀଡ଼ନ ଓ ବଳାତ୍କାରକୁ ନେଇ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ଦଣ୍ଡ  ବ୍ୟବସ୍ଥା ରହିଛି। କେଉଁଠି ଦୋଷୀକୁ ସର୍ବସମ୍ମୁଖରେ ଫାଶି ଦିଆଯାଏ ତ’ ଆଉ କେଉଁଠି  ଅଭିଯୁକ୍ତର ଗୁପ୍ତାଙ୍ଗକୁ କାଟି ଦିଆଯାଏ। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କ’ଣ ରହିଛି ଦଣ୍ଡ ବ୍ୟବସ୍ଥା।

ଚୀନ୍- ଚୀନରେ ବଳାତ୍କାରୀମାନଙ୍କୁ ସିଧା ମୃତ୍ୟୁ ଦଣ୍ଡ ଦେବାର ଦଣ୍ଡବିଧାନ ରହିଛି। ଏହା ବ୍ୟତୀତ ବଳତ୍କାରୀର ଗୁପ୍ତାଙ୍ଗ ଛେଦନ କରିବା ଦଣ୍ଡ ମଧ୍ୟ ରହିଛି।

ଇରାନ୍- ବଳାତ୍କାରୀଙ୍କୁ ଇରାନରେ ସିଧା ସଳଖ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଏ।  ନଚେତ ସର୍ବସାଧାରଣରେ  ଗୁଳି କରାଯାଏ। କିନ୍ତୁ କେବେ କେବେ ଅନୁତାପ କରୁଥିବା ଅପରାଧୀ ପୀଡ଼ିତାଙ୍କ ଅନୁମତିରେ ମୃତ୍ୟୁ ଦଣ୍ଡରୁ  ମୁକ୍ତି ପାଇଥାଏ । କିନ୍ତୁ ଦୋଷୀକୁ ୧୦୦ ଥର ଚାବୁକ ମାଡ଼ ନହେଲେ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼େ।

ନେଦରଲ୍ୟାଣ୍ଡ- କୌଣସି ପ୍ରକାରର ଯୌନ ଆକ୍ରମଣ, ଏପରିକି ଯଦି ମହିଳାଙ୍କ ବିନା ଅନୁମତିରେ ଜୋରଜବରଦସ୍ତି ଚୁମ୍ବନ କରିବା  ନେଦରଲ୍ୟାଣ୍ଡରେ ବଳାତ୍କାର ଅପରାଧ ସହ ସମାନ। ଅପରାଧୀର ବୟସ ଆଧାରରେ ବଳାତ୍କାରୀଙ୍କୁ ୪ ରୁ ୧୫ ବର୍ଷ କାରାଦଣ୍ଡ ଦିଆଯାଏ। ଏପରିକି ଯଦି ଜଣେ ବେଶିଆ ସହ ଦୁଷ୍କର୍ମ କଲେ ମଧ୍ୟ ନେଦରଲ୍ୟାଣ୍ଡରେ ୪ ବର୍ଷର କାରାଦଣ୍ଡ ରହିଛି। ଏ କ୍ଷେତ୍ରରେ ଅନ୍ୟ ଦେଶମାନଙ୍କରେ କୌଣସି ଦଣ୍ଡ ବିଧାନ ନାହିଁ।

ଫ୍ରାନ୍ସ- ଏଠାରେ ଅପରାଧୀକୁ ୧୫ ବର୍ଷ କାରାଦଣ୍ଡ ହୋଇଥାଏ।  ବେଳେ ବେଳେ ପିଡ଼ୀତାଙ୍କ କ୍ଷତି ସୀମା ଆଧାରରେ ୩୦ ବର୍ଷ କିମ୍ବା ଆଜୀବନ କାରାଦଣ୍ଡରେ ପରିଣତ କରାଯାଇପାରେ।

ଉତ୍ତରକୋରିଆ- ଏଠାରେ ବଳାତ୍କାରୀ ପାଇଁ  କୌଣସି ସହାନୁଭୂତି ବା ଉଦାରତା ନାହିଁ। ଏଠାରେ ଅପରାଧୀକୁ ସେନା ଦ୍ୱାରା ମୁଣ୍ଡରେ ଗୁଳି ମାରି ପୀଡ଼ିତାଙ୍କୁ ତତ୍କାଳ ନ୍ୟାୟ ଦିଆଯାଏ।

ଋଷ- ଏଠାରେ ଅପରାଧୀକୁ ୩ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯାଏ। ଯାହା ପରେ ପୀଡ଼ିତାର କ୍ଷତି ପରିମାଣ ସୀମା ଆଧାରରେ ୩୦ ବର୍ଷକୁ ବୃଦ୍ଧି କରାଯାଇଥାଏ।

ଆଫଗାନିସ୍ତାନ୍- ଏଠାରେ ଅପରାଧୀକୁ ମାତ୍ର ୪ ଦିନ ମଧ୍ୟରେ ମୁଣ୍ଡକୁ  ଗୁଳି କରି ମୃତ୍ୟୁଦଣ୍ଡ ଦିଆଯାଇ ପୀଡ଼ିତାକୁ ନ୍ୟାୟ ଦିଆଯାଏ।

ଆମେରିକା- ଆମେରିକାରେ ଦୁଇ ପ୍ରକାର ନିୟମ ରହିଛି। ରାଜ୍ୟ ନିୟମ ଓ ସଂଘୀୟ ନିୟମ। ଯଦି ମାମଲା ସଂଘୀୟ ନିୟମ ଅନ୍ତର୍ଗତ ଆସେ ତେବେ ଜରିମାନା ବା ଆଜୀବନ କାରାଦଣ୍ଡ ଦିଆଯାଇପାରେ। ଏଠାରେ ଦୁଷ୍କର୍ମ ଅପରାଧୀ ପାଇଁ ରାଜ୍ୟଅନୁଶାରେ ଭିନ୍ନ ଭିନ୍ନ ଦଣ୍ଡବିଧାନ ରହିଛି।

ଭାରତ- ୨୦୧୩ରେ ବଳାତ୍କାର ନିରୋଧୀ ବିଲ୍ ପାସ୍ ହେବା ପରେ ଦେଶରେ ବଳାତ୍କାରୀଙ୍କ ପାଇଁ ନିୟମ ଆହୁରି କଠୋର  ହୋଇଯାଇଛି। ଭାରତରେ ବଳାତ୍କାରୀକୁ ୭ ବର୍ଷରୁ ୧୪ ବର୍ଷ କାରାଦଣ୍ଡ ଦିଆଯାଏ। ଏହା ବ୍ୟତୀତ ବିରଳରୁ ବିରଳତମ ମାମଲା ଗୁଡ଼ିକରେ ଆପରାଧୀକୁ ଫାଶି ଦଣ୍ଡ ଦିଆଯିବାର ନିୟମ ରହିଛି।

ଇଜିପ୍ଟ- ଏଠାରେ ଅପରାଧୀକୁ ସର୍ବସାଧାରଣରେ ଫାଶି  ଦିଆଯାଏ। କାରଣ ଏପରି କଲେ ଲୋକମାନେ ଏହି ଜଘନ୍ୟ ଅପରାଧର ପରିଣାମ କେତେ ଭୟଙ୍କର ହୋଇପାରେ ସେ ବିଷୟରେ ଅବଗତ ରହିପାରିବେ।

ଇସ୍ରାଏଲ- ଏଠାରେ ଅପରାଧୀକୁ  ସର୍ବନିମ୍ନ ୪ ବର୍ଷ ଓ ସର୍ବାଧିକ ୧୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଏ।

ୟୁଏଇ- ଏଠାରେ ବଳାତ୍କାରୀକୁ ୭ଦିନ ମଧ୍ୟରେ ଫାସୀ ଖୁଣ୍ଟରେ ଝୁଲାଇ ଦିଆଯାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos