ପୁରୀରେ ନେପାଳ ରାଷ୍ଟ୍ରପତି; ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି

nepalpresident

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଆଜି ପୁରୀ ଗସ୍ତରେ ଆସିଛନ୍ତି। ସେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଛନ୍ତି।

ସିଂହଦ୍ୱାର ନିକଟରେ ତାଙ୍କୁ ସେବାୟତମାନେ ସ୍ୱାଗତ କରି ଥିଲେ। ଏହାପରେ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା।

ନେପାଳ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦୁଇ ଘଣ୍ଟା ପାଇଁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଛି।

ଜଗନ୍ନାଥଙ୍କ ଦର୍ଶନ ସାରି ନେପାଳ ରାଷ୍ଟ୍ରପତି ସିଧା କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବେ।

ତାଙ୍କ ଗସ୍ତ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

SHARE THIS

RELATED ARTICLES

LEAVE COMMENT