ଜଗମୋହନ ଆଭ୍ୟନ୍ତରୀଣ ମରାମତି କାମ ଶେଷ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନର ଆଭ୍ୟନ୍ତରୀଣ ମରାମତି କାମ ଶେଷ ହୋଇଛି। ଆସନ୍ତା ୭ରୁ ୧୦ ଦିନ ଭିତରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଓ ଏଏସ୍ଆଇର ଟେକ୍ନିକାଲ୍ କୋର୍ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି କମିଟି ଚେୟାରମ୍ୟାନ୍ ପ୍ରଫେସର ଏ.ପି. ଗୁପ୍ତା। ବୁଧବାର ଶ୍ରୀମନ୍ଦିର ପରିଦର୍ଶନ ପରେ ଗୁରୁବାର ଭୁବନେଶ୍ୱରସ୍ଥିତ ଏଏସ୍ଆଇ କାର୍ଯ୍ୟଳୟରେ କୋର୍ କମିଟିର ବୈଠକ ବସିଥିଲା। ବୈଠକରେ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 07:49 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନର ଆଭ୍ୟନ୍ତରୀଣ ମରାମତି କାମ ଶେଷ ହୋଇଛି। ଆସନ୍ତା ୭ରୁ ୧୦ ଦିନ ଭିତରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଓ ଏଏସ୍ଆଇର ଟେକ୍ନିକାଲ୍ କୋର୍ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି କମିଟି ଚେୟାରମ୍ୟାନ୍ ପ୍ରଫେସର ଏ.ପି. ଗୁପ୍ତା।

ବୁଧବାର ଶ୍ରୀମନ୍ଦିର ପରିଦର୍ଶନ ପରେ ଗୁରୁବାର ଭୁବନେଶ୍ୱରସ୍ଥିତ ଏଏସ୍ଆଇ କାର୍ଯ୍ୟଳୟରେ କୋର୍ କମିଟିର ବୈଠକ ବସିଥିଲା। ବୈଠକରେ ଏଏସ୍ଆଇର ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ତେଣୁ ଏଏସ୍ଆଇର କାମ ଟିକିଏ ଶିଥିଳ ହୋଇଛି। କାର୍ତ୍ତିକ ମାସ ଶେଷ ହେବା ପରେ କାମ ତ୍ୱରାନ୍ୱୀତ କରାଯିବ। ପ୍ରଥମେ ବେହରଣ, ପରେ ଜୟବିଜୟ ଓ ନାଟମନ୍ଦିର ମରାମତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏଏସ୍ଆଇ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ନେଇ କମିଟି ସନ୍ତୁଷ୍ଟ ଥିବା ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos