ଅଦ୍ଭୁଦ ଗାଁ: ସ୍ତ୍ରୀ ଗର୍ଭବତୀ ହେଲେ ସ୍ୱାମୀ କରେ ଦ୍ୱିତୀୟ ବିବାହ!

ବିବାହକୁ ନେଇ ଆମ ଦେଶରେ ରହିଛି ଅନେକ ପରମ୍ପରା। ଯେଉଁ ରୀତିନୀତିରେ ଓଡ଼ିଶାରେ ପୁଅଝିଅଙ୍କ ବାହାଘର ସଂପନ୍ନ ହୋଇଥାଏ, ଅନ୍ୟ ରାଜ୍ୟ ଗୁଡ଼ିକରେ ସେମିତି ହୋଇନଥାଏ। ସବୁ ରାଜ୍ୟର ରହିଛି  ଭିନ୍ନ ରୀତିନୀତି। ସେହିଭଳି ଗୋଟିଏ ରାଜ୍ୟ ଭିତରେ ମଧ୍ୟ ବିବାହକୁ ନେଇ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଆମେ ଆଜି ଏଠାରେ ଯେଉଁ ବିବାହ  ପରମ୍ପରା ବିଷୟରେ କହୁଛୁ, ତାହା ହେଉଛି ରାଜସ୍ଥାନର ବାର୍‌ମେର ଜିଲ୍ଲା ଅନ୍ତର୍ଗତ ଦେରସାର ଗାଁର। ଏଠାରେ ସ୍ତ୍ରୀ ଗର୍ଭବତୀ ହେଲେ ସ୍ୱାମୀ […]

man

man

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 10:32 AM IST

Sports

Latest News

ବିବାହକୁ ନେଇ ଆମ ଦେଶରେ ରହିଛି ଅନେକ ପରମ୍ପରା। ଯେଉଁ ରୀତିନୀତିରେ ଓଡ଼ିଶାରେ ପୁଅଝିଅଙ୍କ ବାହାଘର ସଂପନ୍ନ ହୋଇଥାଏ, ଅନ୍ୟ ରାଜ୍ୟ ଗୁଡ଼ିକରେ ସେମିତି ହୋଇନଥାଏ। ସବୁ ରାଜ୍ୟର ରହିଛି  ଭିନ୍ନ ରୀତିନୀତି। ସେହିଭଳି ଗୋଟିଏ ରାଜ୍ୟ ଭିତରେ ମଧ୍ୟ ବିବାହକୁ ନେଇ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଆମେ ଆଜି ଏଠାରେ ଯେଉଁ ବିବାହ  ପରମ୍ପରା ବିଷୟରେ କହୁଛୁ, ତାହା ହେଉଛି ରାଜସ୍ଥାନର ବାର୍‌ମେର ଜିଲ୍ଲା ଅନ୍ତର୍ଗତ ଦେରସାର ଗାଁର। ଏଠାରେ ସ୍ତ୍ରୀ ଗର୍ଭବତୀ ହେଲେ ସ୍ୱାମୀ ଦ୍ୱିତୀୟ ବିବାହ କରେ। କଥାଟି ବିଶ୍ୱାସ ହୋଇନଥିଲେ ମଧ୍ୟ ସତ। ସବୁଠୁବଡ଼ କଥା ହେଲା ଏଠାରେ ପ୍ରତ୍ୟେକ ସ୍ତ୍ରୀ ଜାଣିଥାଆନ୍ତି ଯେ ସେ ବର୍ଭବତୀ ହେବାମାତ୍ରେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବେ। ବହୁ ବର୍ଷରୁ ଏହି ପରମ୍ପରା ଏହି ଗାଁରେ ଚାଲି ଆସିଛି।

କାରଣ କ’ଣ?

ଏଭଳି ପରମ୍ପରା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କୁହାଯାଏ, ଏ ଅଞ୍ଚଳରେ ପାଣିର ବହୁତ ସମସ୍ୟା ଦେଖାଯାଏ। ସେଥିପାଇଁ  ଛୋଟ ବେଳୁ ହିଁ ଝିଅମାନଙ୍କୁ ଦୂର ବାଟରୁ ପାଣି ଆଣିବା ଅଭ୍ୟାସ କରାଯାଏ।  ତେବେ ଝିଅ ବାହା ହୋଇ ଗର୍ଭବତୀ ହେବାପରେ  ପାଣି ଆଣିବାକୁ ଯାଇପାରେ ନାହିଁ।  ସେଥିପାଇଁ ସେ ଗର୍ଭବତୀ ଥିବାବେଳେ  ତା’ ସ୍ୱାମୀ ଆଉ ଥରେ ବିବାହ କରିଥାଏ। ଦ୍ୱିତୀୟ ସ୍ତ୍ରୀ ପାଣିର ଦାୟିତ୍ୱ ନେବା ସହ ସ୍ୱାମୀର ପ୍ରଥମ ସ୍ତ୍ରୀର ଯତ୍ନ ମଧ୍ୟ ନେଇଥାଏ।

(ସୌଜନ୍ୟ-ଅମର ଉଜାଲ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos