କମ୍‌ ବୟସରେ ନମ୍ବର ୱାନ୍ ବୋଲର: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ବୋଲର ରସିଦ ଖାନ୍ କମ୍‌ ବୟସରେ ବଡ଼ ସଫଳତା ପାଇଛନ୍ତି। ଏହି ଲେଗ୍‌ସ୍ପିନର ନିଜର ବୋଲିଂ ଯାଦୁ ଦେଖାଇ ଆଇସିସି ୱାନ୍‌ଡେ ରାକିଂରେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏଥିସହିତ ସେ ଭାରତୀୟ ବୋଲର ଜସ୍‌ପ୍ରିତ ବୁମ୍ରାଙ୍କ ସମକକ୍ଷ ହୋଇଛନ୍ତି। ନିକଟରେ ଜିମ୍ବାୱେ ବିପକ୍ଷରେ ହୋଇଥିବା ୱାନ୍‌ଡେ ସିରିଜ୍‌କୁ ଆଫଗାନିସ୍ତାନ ୪-୧ରେ ଜିତି ନେଇଥିଲା । ଏଥିରେ ରସିଦ୍ ଖାନ୍ ୧୬ଟି ୱିକେଟ୍‌ ନେଇ ପ୍ଲେୟାର ଅଫ୍‌ ଦି ସିରିଜ୍‌ ହୋଇଥିଲେ। […]

rasid khan

rasid khan

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 09:58 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ବୋଲର ରସିଦ ଖାନ୍ କମ୍‌ ବୟସରେ ବଡ଼ ସଫଳତା ପାଇଛନ୍ତି। ଏହି ଲେଗ୍‌ସ୍ପିନର ନିଜର ବୋଲିଂ ଯାଦୁ ଦେଖାଇ ଆଇସିସି ୱାନ୍‌ଡେ ରାକିଂରେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏଥିସହିତ ସେ ଭାରତୀୟ ବୋଲର ଜସ୍‌ପ୍ରିତ ବୁମ୍ରାଙ୍କ ସମକକ୍ଷ ହୋଇଛନ୍ତି।

ନିକଟରେ ଜିମ୍ବାୱେ ବିପକ୍ଷରେ ହୋଇଥିବା ୱାନ୍‌ଡେ ସିରିଜ୍‌କୁ ଆଫଗାନିସ୍ତାନ ୪-୧ରେ ଜିତି ନେଇଥିଲା । ଏଥିରେ ରସିଦ୍ ଖାନ୍ ୧୬ଟି ୱିକେଟ୍‌ ନେଇ ପ୍ଲେୟାର ଅଫ୍‌ ଦି ସିରିଜ୍‌ ହୋଇଥିଲେ। ଏଥିସହିତ ୧୯ ବର୍ଷିୟ ରସିଦ ପାଲଟି ଯାଇଥିଲେ ବିଶ୍ୱର ନମ୍ବର ୱାନ୍‌ ବୋଲର୍‌। ବର୍ତ୍ତମାନ ଜସ୍‌ପ୍ରିତ ବୁମ୍ରା ଓ ରସିଦ ଖାନ୍‌ ଉଭୟ ୭୮୭ ପଏଣ୍ଟ ପାଇ ଆଇସିସି ବୋଲର ରାକିଂରେ ମିଳିତ ଭାବେ ନମ୍ବର ୱାନ ସ୍ଥାନରେ ରହିଛନ୍ତି। ବିଶ୍ୱରେ ସବୁଠାର କମ୍‌ ବୟସରେ ଏହି ସଫଳତା ପାଇଥିବା ସେ ପ୍ରଥମ ବୋଲର ହୋଇ ପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos