୧୪ ମାର୍ଚ୍ଚ ବୁଧବାର: ଜାଣନ୍ତୁ ଆଜି ଦିନଟି କାହା ଲାଗି ରୋମାଣ୍ଟିକ୍‌

ମେଷ: ଆପଣଙ୍କ ବିନମ୍ର ସ୍ୱଭାବ ଆପଣଙ୍କୁ ସାହାଯ୍ୟ କରିବ। ବ୍ୟବସାୟ ଲାଗି ନୂଆ ଅନୁବନ୍ଧ ମିଳିପାରେ। ଜୀବନସାଥୀଙ୍କଠାରୁ ଉପହାର ପାଇବେ।

ବୃଷ: କାର୍ଯ୍ୟରେ ବୃଦ୍ଧି ଲାଗି ସୁଅବସର ମିଳିବ। ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। ଭାଇଭଉଣୀଙ୍କ ସହିତ ସମ୍ପର୍କ ମଧୁର ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ।

ମିଥୁନ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଅଚାନକ ଖୁସି ଖବର ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ରୋମାଣ୍ଟିକ୍‌ ଡେଟ୍‌ରେ ଯାଇପାରନ୍ତି।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

ସିଂହ: ଜଗନ୍ନାଥ ମହାପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଧର୍ମ ସମ୍ବନ୍ଧିତ ବହି ପଢ଼ିବେ। ଅଫିସ୍‌ କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ।

କନ୍ୟା: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେତେ ମିଠା କଥା କହିବେ ସେତେ ଲାଭ । ଆଜିଦିନଟି ଆପଣଙ୍କ ପାଇଁ ବେସ୍‌ ମଧୁର। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ରାତିରେ ନିଦ ଭଲ ହେବ।

ତୁଳା: ଆଜି ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଜୀବନସାଥୀଙ୍କ ସହଯୋଗରେ ଘରର ମାହୋଲ୍‌ ଭଲ ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ।

ବିଛା: ଜମିବାଡି କିଣାବିକା କାମ ଆଜି କରନ୍ତୁ ନାହିଁ। ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହା ଦ୍ଵାରା ଯିବା ଆସିବାରେ ଅସୁବିଧା ହୋଇପାରେ।

ଧନୁ: ସୁଖ ଓ ସୌଭାଗ୍ୟ ବୃଦ୍ଧି ପାଇଁ ଦିନଟିଏ। ଯାହା ବି କାମ କରିବେ ସଫଳ ହେବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ରାଜନୀତିରେ ପଦପ୍ରାପ୍ତ ହେବ।

ମକର: ଜୀବନ ସଂପୂର୍ଣ୍ଣ ବାଧା ମୁକ୍ତ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବ୍ୟବସାୟ ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଦ୍ୟାରେ ରୁଚି ବଢ଼ିବ। ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଅନ୍ୟମାନଙ୍କ ସହିତ ଆଲୋଚନା କରିବାର ଅବସର ମିଳିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ଲାଗି ଦିନଟି ଭଲ।

ମୀନ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ବଡ଼ଭାଇଙ୍କ ସହଯୋଗ ପାଇବେ। ଅଫିସ୍‌ରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ।

Previous ArticleNext Article

Send this to a friend