୪ ଏପ୍ରିଲ, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକେ ପରିଜନଙ୍କ ବିଶ୍ୱାସ ଜିତିବେ

ମେଷ: ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଚାକିରିରେ ସନ୍ତୁଷ୍ଟ ରହିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ବୃଷ: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ମହିଳାମାନେ ପ୍ରେମ ପାଇବାର ଭଲ ଦିନଟିଏ। ମିଥୁନ: କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। ନୂଆ ସାଥୀଙ୍କ […]

Rasiphala-1-840x440-1-768x402-1-1-1-1-1-2

Rasiphala-1-840x440-1-768x402-1-1-1-1-1-2

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 06:33 AM IST

Sports

Latest News

ମେଷ: ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଚାକିରିରେ ସନ୍ତୁଷ୍ଟ ରହିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ।

ବୃଷ: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ମହିଳାମାନେ ପ୍ରେମ ପାଇବାର ଭଲ ଦିନଟିଏ।

ମିଥୁନ: କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ିଯାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବା ହେତୁ ଖୁସି ରହିବେ।

କର୍କଟ: ଆଜି ଆପଣଙ୍କର ସମୟ ରାଜନୀତିକ ଓ ସାମାଜିକ କାର୍ଯ୍ୟରେ କଟିବ। କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ଜମି କିମ୍ବା ଘର କିଣିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରୀଙ୍କୁ ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ।

 ସିଂହ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜମି ସମ୍ବନ୍ଧରେ ଭଲ ଖବର ପାଇବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ତୁଳା: ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଘରକୁ ସଜାଇ ନୂତନତ୍ଵ ଆଣିବେ। ସେୟାର ବଜାରରେ ଲାଭ ମିଳିପାରେ। ସନ୍ତାନଙ୍କ ତରଫରୁ ଭଲ ଖବର ପାଇବେ। ରାଜନୀତିରେ ସୁଖ୍ୟାତି ବଢ଼ିବ।

ବିଛା: ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସବୁ କାମ ସହଜରେ ପୂରା ହେବ। ବେପାରରେ ଅଚାନକ ଧନଲାଭ ହେବ। ଇଂଜିନିୟରିଂ ଛାତ୍ରଙ୍କୁ ଚାକିରିର ପ୍ରସ୍ତାବ ମିଳିବ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

ଧନୁ: ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।

ମକର: ସଫଳତା ଓ ଲାଭ ପାଇବାର ଦିନଟିଏ। ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ସମସ୍ୟାର ସମାଧାନ ନୂଆ କୌଶଳରେ କରିନେବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ା ଲାଗି ସମୟର ରୁଟିନ ତିଆରି କରନ୍ତୁ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନ ହେବ। ନେତା ଆପଣଙ୍କୁ ବଡ଼ କାର୍ଯ୍ୟ ଅର୍ପଣ କରିବେ। ଚାକିରି ଅନେ୍ଵଷଣରେ ଥିବା ବ୍ୟକ୍ତି ଭଲ ଖବର ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ।

ମୀନ: ଆପଣ ବହୁତ କିଛି ଚିନ୍ତା କରିବେ ଯଦ୍ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। କଥା କମ କହିଲେ ଲୋକଙ୍କ ନଜରରେ ଆସିବେ। ଇଂଜିନିୟରଙ୍କ ଲାଗି ଦିନଟି ଭଲ ରହିବ। ନୂଆ କାମରେ ଧୀରେ ଧୀରେ ଗତି ଆସିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos