୭ ଫେବ୍ରୁଆରୀ ବୁଧବାର: ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ: ଆପଣଙ୍କର ସକାରାତ୍ମକ ଚିନ୍ତା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ ଆଖପାଖରେ ଆନନ୍ଦଦାୟକ ବାତାବରଣ ରହିବ। ଚାକିରି ବୃତ୍ତିରୁ ଆଶାନୁରୂପ ଫଳାଫଳ ପାଇବେ। ବୃଷ: ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ପରିବାରରେ ଖୁସିଶାନ୍ତିର ମାହୋଲ ରହିବ। ମିଥୁନ: କୌଣସି କାମର ଶୁଭାରମ୍ଭ ପୂର୍ବରୁ ପରିବାରର ବଡ଼ଙ୍କ ସମ୍ମତି ନିଅନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କର୍କଟ: ନେତୃତ୍ଵ ନେବାର କ୍ଷମତା ବୃଦ୍ଧି ପାଇବ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। […]

zodaic1-1-1-1-2-1-1-1-1-1-2-1-1-1-1-1

zodaic1-1-1-1-2-1-1-1-1-1-2-1-1-1-1-1

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 07:49 AM IST

Sports

Latest News

ମେଷ: ଆପଣଙ୍କର ସକାରାତ୍ମକ ଚିନ୍ତା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ ଆଖପାଖରେ ଆନନ୍ଦଦାୟକ ବାତାବରଣ ରହିବ। ଚାକିରି ବୃତ୍ତିରୁ ଆଶାନୁରୂପ ଫଳାଫଳ ପାଇବେ।

ବୃଷ: ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ପରିବାରରେ ଖୁସିଶାନ୍ତିର ମାହୋଲ ରହିବ।

ମିଥୁନ: କୌଣସି କାମର ଶୁଭାରମ୍ଭ ପୂର୍ବରୁ ପରିବାରର ବଡ଼ଙ୍କ ସମ୍ମତି ନିଅନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ: ନେତୃତ୍ଵ ନେବାର କ୍ଷମତା ବୃଦ୍ଧି ପାଇବ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। ମହିଳାମାନେ ଜୀବନରେ ଆଗକୁ ଅଗ୍ରସର ହେବେ।

ସିଂହ: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ମିଳିବ। ଧନଲାଭର ଅବସର ଅଛି।

କନ୍ୟା: ସହକର୍ମୀଙ୍କ ସହଯୋଗରେ ଅଧୁରା କାମ ପୂରା ହୋଇପାରେ। କୌଣସି ଜରୁରୀ କାମରେ ଯାତ୍ରାରେ ପରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

ତୁଳା: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ପଡ଼ୋଶୀଙ୍କଠାରୁ ଭଲ ଖବର ଶୁଣିବେ। ନିଜର ଯୋଜନାକୁ ରୂପରେଖ ଦେବା ଚେଷ୍ଟା କରନ୍ତୁ।

ବିଚ୍ଛା: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ହସଖୁସିର ବାତାବରଣ ରହିବ।

ଧନୁ: ନୂଆ କାମରେ ରୁଚି ବଢ଼ିବ। ବ୍ୟବସାୟରେ ପରିଧି ବଢ଼ିବ। ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ।

ମକର: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଉଧାର ନେବା ଓ ଦେବାରେ ନିବୃତ୍ତ ରହନ୍ତୁ। ଛାତ୍ରଛାତ୍ରୀମାନେ ଲେଖାପଢ଼ା ଲାଗି ସମୟର ରୁଟିନ ତିଆରି କରନ୍ତୁ।

କୁମ୍ଭ: ପରିବାର ସହିତ ଅଧିକ ସମୟ କଟାଇବେ। ବିଦେଶରୁ କୌଣସି ଭଲ ଖବର ପାଇବେ। ଉଚ୍ଚ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ।

ମୀନ: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ବାଧା ଦୂର ହେବ। ପ୍ରିୟବନ୍ଧୁଙ୍କ ସହିତ ସଂପର୍କ ନିବିଡ଼ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos