ଗ୍ୟାସ୍‌ ଲିକ୍ ଘଟଣା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର

ରାଉରକେଲା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର। ଅସବାଧାନତା କାରଣରୁ ଚାଲିଗଲା ୪ଟି ଦୁର୍ଲ୍ଳଭ ଜୀବନ। ଗ୍ୟାସ୍‌ ଲିକ୍‌ ହୋଇ ଘରେ ନିଆଁ ଲାଗିଯିବାରୁ ପୋଡ଼ି ହୋଇ ବାପା, ମାଆ ଓ ଦୁଇ ଝିଅର ଚାଲିଗଲେ ଆରପାରିକୁ। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ସାରନଗରୀ ଅଞ୍ଚଳ ଇନ୍ଦିରାପାଲିରେ। ଗୁରୁତର ଆହତ ହୋଇ ଆଇଜିଏଚ୍‌ରେ ଚିକିତ୍ସାଧୀନ ଥିବା ସୁଚିତ୍ରା ତ୍ରିପାଠୀଙ୍କ ଆଜି ମୃତ୍ୟୁ ହୋଇଛି। ଗତକାଲି ତାଙ୍କ ସ୍ୱାମୀ ସୁରେଶ ତ୍ରିପାଠୀ ଓ ସାନ ଝିଅ ପ୍ରାଚୀର ମୃତ୍ୟୁ […]

raurkela

raurkela

Rakesh Mallick
  • Published: Monday, 07 August 2017
  • Updated: 07 August 2017, 11:43 AM IST

Sports

Latest News

ରାଉରକେଲା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର। ଅସବାଧାନତା କାରଣରୁ ଚାଲିଗଲା ୪ଟି ଦୁର୍ଲ୍ଳଭ ଜୀବନ। ଗ୍ୟାସ୍‌ ଲିକ୍‌ ହୋଇ ଘରେ ନିଆଁ ଲାଗିଯିବାରୁ ପୋଡ଼ି ହୋଇ ବାପା, ମାଆ ଓ ଦୁଇ ଝିଅର ଚାଲିଗଲେ ଆରପାରିକୁ। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ସାରନଗରୀ ଅଞ୍ଚଳ ଇନ୍ଦିରାପାଲିରେ।

ଗୁରୁତର ଆହତ ହୋଇ ଆଇଜିଏଚ୍‌ରେ ଚିକିତ୍ସାଧୀନ ଥିବା ସୁଚିତ୍ରା ତ୍ରିପାଠୀଙ୍କ ଆଜି ମୃତ୍ୟୁ ହୋଇଛି। ଗତକାଲି ତାଙ୍କ ସ୍ୱାମୀ ସୁରେଶ ତ୍ରିପାଠୀ ଓ ସାନ ଝିଅ ପ୍ରାଚୀର ମୃତ୍ୟୁ ହୋଇଥିଲା।  ସେହିପରି ଗତ ଶନିବାର ଦିନ ବଡ଼ ଝିଅ ଶୃତିର ମୃତ୍ୟୁ ହୋଇଥିଲା।

ଗତକାଲି ଦୁଇଝିଅଙ୍କ ଶବ ସତ୍କାର ହୋଇସାରିଛି।  କିନ୍ତୁ ସୁଚିତ୍ରା ଓ ତାଙ୍କ ସ୍ୱାମୀଙ୍କ ଶବ ଏବେ ଆଇଜିଏଚ୍‌ର  ମୋର୍ଗ ହାଉସ୍‌ରେ ଅଛି। ଆଜି ଗ୍ରହଣ ଥିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସତ୍କାର ଆସନ୍ତାକାଲି ହେବ।

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ସୁରେଶଙ୍କ ଘରେ ରୋଷେଇ ଚାଲିଥିବା ବେଲେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା।  ଏଥିରେ ସୁରେଶଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos