ମାଲକାନଗିରିରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ୩ ଯବାନ ଗୁରୁତର,ରାୟଗଡ଼ାରେ ହାର୍ଡକୋର ମାଓବାଦୀ ସୁକୁମାରୀ ଶବରଙ୍କ ଆତ୍ମସମର୍ପଣ

ମାଲକାନଗିରି/ରାୟଗଡ଼ା: ମାଲକାନଗିରିରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବାୟାପଡା ଜଙ୍ଗଲରେ କୋବ୍ରା ବାହୀନି ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଇ ସମୟରେ ପ୍ରାୟ ୩୦ରୁ ୪୦ ମାଓବାଦୀ ଥିଲେ। ଗୁଳିବିନିମୟ ବେଳେ ମାଲକାନଗିରି ଡିଭିଜନ ହେଡ୍ ତଥା ମାଓନେତା ଉଦୟ ଖସି ପଳାଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବନ୍ଧୁକ, ଟିଫିନ୍ ବୋମା, ମାଓ ସାମଗ୍ରୀ ଜବତ ହୋଇଛି। ସେହିଭଳି ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏରାବୁରୁ ଜଙ୍ଗଲରେ ମାଓବାଦୀ ଓ କୋବ୍ରା ବାଟାଲିଅନ୍ […]

surrender

surrender

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 03:54 PM IST

Sports

Latest News

ମାଲକାନଗିରି/ରାୟଗଡ଼ା: ମାଲକାନଗିରିରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବାୟାପଡା ଜଙ୍ଗଲରେ କୋବ୍ରା ବାହୀନି ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଇ ସମୟରେ ପ୍ରାୟ ୩୦ରୁ ୪୦ ମାଓବାଦୀ ଥିଲେ। ଗୁଳିବିନିମୟ ବେଳେ ମାଲକାନଗିରି ଡିଭିଜନ ହେଡ୍ ତଥା ମାଓନେତା ଉଦୟ ଖସି ପଳାଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବନ୍ଧୁକ, ଟିଫିନ୍ ବୋମା, ମାଓ ସାମଗ୍ରୀ ଜବତ ହୋଇଛି। ସେହିଭଳି ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏରାବୁରୁ ଜଙ୍ଗଲରେ ମାଓବାଦୀ ଓ କୋବ୍ରା ବାଟାଲିଅନ୍ ମଧ୍ୟରେ ଗୁଳିବିନିମୟ। ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ହେଲିକପଟର ଯୋଗେ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଆଜି ରାୟଗଡା ଏସପି ନିକଟରେ ଜଣେ ହାର୍ଡକୋର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  ତାଙ୍କ ନାଁ ସୁକୁମାରୀ ଶବର ଓରଫ ଶାରଦା। ଘର ପଦ୍ମପୁର ଥାନା ପାଟଗୁଡା ଗାଁରେ। ଏନେଇ ଏସପି କେ.ଶିବା ଶୁଭ୍ରମଣି ସୂଚନା ଦେଇ କହିଛନ୍ତି ଯେ, ସୁକୁମାରୀ ୨୦୦୨ ମସିହାରେ ବଂଶଧାରା ଡିଭିଜନ ମାଓ ସଙ୍ଗଠନର ଜଣେ କ୍ୟାଡର ଭାବେ କାର୍ଯ୍ୟ କରୁଥିଲା। ତେବେ ୨୦୧୨ରେ ମାଓ ସଙ୍ଗଠନ ଛାଡି ସେ କେରଳ ଚାଲିଯାଇଥିଲେ। ଏବେ କେରଳରୁ ଫେରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ସୁକୁମାରୀ। ତା' ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ୭ଟି ଅପରାଧ ମାମଲା ରହିଛି। ନାରାୟଣପୁର ମାଧବ ଶବର ହତ୍ୟାକାଣ୍ଡ, ଚନ୍ଦ୍ରପୁର ଥାନା ଆକ୍ରମଣ ଭଳି ଘଟଣାରେ ସେ ଜଡିତ ଥିବା ଏସପି ଶୁଭ୍ରମଣି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos