ପିଲାଙ୍କୁ ବ୍ରେକ୍‌ଫାଷ୍ଟରେ ଖୁଆନ୍ତୁ ବାନାନା ଫ୍ରେଞ୍ଚ୍ ଟୋଷ୍ଟ

ଆବଶ୍ୟକ ସାମଗ୍ରୀ: ପାଚିଲା କଦଳୀ, ବ୍ରେଡ୍‌, ଚିନି, କ୍ଷୀର, ମଇଦା, ଭାନିଲା ଏସେନ୍ସ, ବଟର, ଚିନି ପାଉଡର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା, କଦଳୀ, ଚିନି ଏବଂ ଭାନିଲା ଏସେନ୍ସକୁ ମିଶାଇ ଗ୍ରାଇଣ୍ଡରରେ ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତା’ପରେ ଏହି ମିଶ୍ରଣରେ କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏକ ଫ୍ରାଏପ୍ୟାନ୍‌କୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏଥିରେ ବଟର ପକାନ୍ତୁ। ଏବେ ଏକ ବ୍ରେଡ୍‌ ଖଣ୍ଡ ନେଇ ମଇଦା ଓ କଦଳୀ ମିଶ୍ରଣରେ ବୁଡ଼ାନ୍ତୁ। ତା’ପରେ ଏହାକୁ ଫ୍ରାଏପ୍ୟାନ୍‌ରେ ଭଲ ଭାବେ ଏପଟ ସେପଟ କରନ୍ତୁ। ବ୍ରେଡ୍‌ର ଉଭୟ ପାର୍ଶ୍ୱ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

ସମସ୍ତ ବ୍ରେଡ୍‌କୁ ସମାନ ଭାବେ ଫ୍ରାଏ କରନ୍ତୁ। ଟିସୁ ପେପର କିମ୍ବା କିଚେନ୍‌ ଟାୱେଲରେ ବାହାର କରି ରଖନ୍ତୁ। ଯାହାଫଳରେ ଅତିରିକ୍ତ ବଟର ବାହାରିଯିବ। ଏବେ ପ୍ରସ୍ତୁତ ହୋଇଗଲା ବାନାନା ଫ୍ରେଞ୍ଚ ଟୋଷ୍ଟ।

 

Previous ArticleNext Article

Leave a Reply

Send this to a friend