ରାତି ପାହିଲେ ରଜ: ଆସନ୍ତୁ ଜାଣିବା କେମିତି ତିଆରି ହୁଏ ପୋଡ଼ ପିଠା

ରାତି ପାହିଲେ ‘ରଜ’। ଦୋଳି ଖେଳି, ଖିଲିପାନ ଖାଇ, ନୂଆ ଡ୍ରେସ୍‌ ପିନ୍ଧି ସେ ଓହ୍ଲାଇବ ଧରାକୁ। ବଡ଼ ସରାଗରେ ନୂଆ ବୋହୂ ମଥାରେ ଓଢଣା ଦେଇ ରାନ୍ଧୁଛି ଭଳି ଭଳିକା ବ୍ୟଞ୍ଜନ। ହେଲେ ଏଇ ଭଳି ଭଳିକା ପିଠାପଣା ଭିତରୁ ବାରି ହୋଇପଡୁଛି ତାର ବାସ୍ନା। କାଳିଆ ଠାକୁରଙ୍କ ପ୍ରିୟ ଏହି ନୈବେଦ୍ୟଙ୍କ ଆଜି ଡେରା ପକାଇଛି ଓଡିଆର ଘରେ ଘରେ। ନାଁ ତାର ପୋଡପିଠା।

ଆବଶ୍ୟକ ସାମଗ୍ରୀ: ଚାଉଳ ଚୂନା, ତେଜ ପତ୍ର, ଗୋଲମରିଚ, ଗୁଡ଼, ଅଦା ଛେଚା, କଟା ନଡ଼ିଆ, କୋରା ନଡ଼ିଆ, ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ଗୁଡ଼ ଦିଅନ୍ତୁ। ଗୁଡ଼ ଗରମ ହେବା ପରେ ସେଥିରେ ପାଣି ଦିଅନ୍ତୁ। ତା’ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ତେଜ ପତ୍ର, ଖଣ୍ଡ ନିଡ଼ିଆ ଓ ନଡ଼ିଆ କୋରା ପକାନ୍ତୁ। ପାଣି ଫୁଟିଗଲା ପରେ ସେଥିରେ ଗୁଜରାତି ଓ ଗୋଲ ମରିଚ ଗୁଣ୍ଡ ପକାନ୍ତୁ। ପାଣି ଫୁଟିଯିବା ପରେ ଚାଉଳ ଚୂନା ପକାନ୍ତୁ। ତାକୁ ଭଲ ଭାବେ ମିଶାଇ ଜନ୍ତନ୍ତୁ। ଜନ୍ତା ହୋଇଯିବା ପରେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏହାପରେ ଆଉ ଏକ କଡେଇରେ କଦଳୀ ପତ୍ର ରଖି ତା’ଉପରେ ଘିଅ ଲଗାନ୍ତୁ। ଘିଅ ଲଗାଇ କଦଳୀ ପତ୍ର ଉପରେ ପୂର୍ବରୁ ଜନ୍ତା ହୋଇଥିବା ଚୂନା ରଖନ୍ତୁ। ପାଣି ହାତରେ ତାକୁ ଭଲ ଭାବେ ସାଇଜ୍‌ କରି ତା’ଉପରେ ଆଉ ଏକ କଦଳି ପତ୍ର ରଖି ଚୁଲିରେ ବସାନ୍ତୁ। ମଝିରେ ମଝିରେ ଧ୍ୟାନ ଦେଉଥିବେ ପିଠା ସିଝିଲାଣି  ନା ନାହିଁ। ପିଠା ସିଝି ଯିବା ପରେ ତାକୁ ଏକ ପାତ୍ରକୁ କାଢ଼ିଦିଅନ୍ତୁ। ତା’ପରେ ଚୁଲିରେ ଏକ ତାୱା ବସାଇ ସେଇ ପୋଡ଼ପିଠାର ଉପର ଭାଗ କିଛି ସମୟ ସେଥିରେ ରଖନ୍ତୁ। କିଛି ସମୟରେ ପରେ ଏହାକୁ ଚୁଲିରୁ ନେଇ ଆସନ୍ତୁ। ପ୍ରସ୍ତୁତ ହୋଇଗଲା ପୋଡ଼ ପିଠା।

Previous ArticleNext Article

Send this to a friend