ରିଷି ମୃତ୍ୟୁ ମାମଲା: ଜେରାର ସମ୍ମୁଖୀନ ହୋଇପାରନ୍ତି ଅନନ୍ତ

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓକୁ ନେଇ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଦୁଇ ଘଟଣାରେ କ’ଣ ଲିଙ୍କ ରହିଛି ଓ ଏଥିରେ ମେୟରଙ୍କ ଭୂମିକା କ’ଣ ତାହା ଜାଣିବାକୁ ମେୟର ଜେରାର ସମ୍ମୁଖୀନ ହୋଇ ପାରନ୍ତି। ଆଜି ଏ ବିଷୟରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ଏହାସହ ଅଧିକ ତଥ୍ୟ ହାସଲ ପାଇଁ ମୃତ ରିଷିଙ୍କ ମାଆ, ବାପା ଓ ଭଉଣୀଙ୍କୁ ପଚରାଉଚରା […]

anant

anant

Rakesh Mallick
  • Published: Monday, 26 December 2016
  • Updated: 26 December 2016, 09:23 PM IST

Sports

Latest News

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓକୁ ନେଇ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଦୁଇ ଘଟଣାରେ କ’ଣ ଲିଙ୍କ ରହିଛି ଓ ଏଥିରେ ମେୟରଙ୍କ ଭୂମିକା କ’ଣ ତାହା ଜାଣିବାକୁ ମେୟର ଜେରାର ସମ୍ମୁଖୀନ ହୋଇ ପାରନ୍ତି। ଆଜି ଏ ବିଷୟରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ଏହାସହ ଅଧିକ ତଥ୍ୟ ହାସଲ ପାଇଁ ମୃତ ରିଷିଙ୍କ ମାଆ, ବାପା ଓ ଭଉଣୀଙ୍କୁ ପଚରାଉଚରା କରାଯିବାକୁ ନୋଟିସ୍‌ କରାଯାଇଥିବା ସେ କହିଛନ୍ତି।

ଛାତ୍ର କଂଗ୍ରେସର ଅଭିଯୋଗ, ବିରୋଧୀଙ୍କ ଚାପ ଓ ମୃତ ରିଷିଙ୍କ ସାଙ୍ଗମାନଙ୍କ ୧୬୧ ବୟାନ ଆଧାରରେ କମିଶନରେଟ୍‌ ପୋଲିସ ଅନନ୍ତଙ୍କୁ ନୋଟିସ୍‌ କରିପାରେ। ବିବାଦୀୟ ଭିଡିଓ ସହ ତାଙ୍କର କ’ଣ ଲିଙ୍କ ରହିଛି ?  ଏହି ଭିଡିଓ ପାଇଁ ସେ ରିଷିଙ୍କୁ ଧମକ ଦେଉଥିଲେ କି ? ରିଷିଙ୍କ ପ୍ରେମିକା ଓ ତାଙ୍କ ପରିବାରକୁ ସେ ଜାଣି ଥିଲେ କି? ଆଦି ବହୁ ପ୍ରଶ୍ନ ଏବେ ଆଲୋଚନାର କେନ୍ଦ୍ର ପାଲଟିଛି। ପୋଲିସ ମଧ୍ୟ ଏପରି ପ୍ରଶ୍ନର ଉତ୍ତର ଖୋଜୁଛି। ଏଥିପାଇଁ ମେୟରଙ୍କୁ ପଚରାଉଚରା କରାଯାଇ ପାରେ ବୋଲି ପୋଲିସ କହୁଛି।

ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ବିଜେପି ମହିଳା ମୋର୍ଚ୍ଚା ମେୟରଙ୍କ ଇସ୍ତଫା ଦାବି କରି ଆଜି ରାଜଧାନୀରେ ଶୋଭାଯାତ୍ରା କରିଛି। କଳା ଓଢଣୀ ଓ ଚୁଡି ଧରି ମୋର୍ଚ୍ଚାର ସଦସ୍ୟାମାନେ ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ରାଜମହଲ ଛକରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବିଜେଡି ମେୟରଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ କରି ଲୋକଗୀତ ଶୈଳୀରେ ବିଜେପି ଅଡିଓ ସିଡି ତିଆରି କରିଛି। ସେହିପରି ବିବାଦୀୟ ଭିଡିଓ ଉପରେ ରହିଥିବା ରହିତାଦେଶ ବିରୋଧରେ ବିଜେପି କୋର୍ଟକୁ ଯିବାକୁ ତର୍ଜମା କରୁଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ସେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଯେପରି ସୁରକ୍ଷା ପ୍ରଦାନ କରୁଛନ୍ତି, ତାକୁ ଜନତାଙ୍କ ପାଖକୁ ନେବାକୁ ଗୀତର ସାହାର ନେଇଛୁ। ଗୀତ ମାଧ୍ୟମରେ ଏହି ବିବାଦୀୟ ଭିଡିଓ ସମ୍ବନ୍ଧରେ ଭୁବନେଶ୍ୱରବାସୀଙ୍କ ପାଖକୁ ପହଞ୍ଚାଇବାକୁ ପ୍ରୟାସ କରିଛୁ।”

କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରି ଆସିଛି। ଦଳ ଏହି ଘଟଣାର ସିବିଆଇ ତଦନ୍ତ, ମେୟରଙ୍କ ଇସ୍ତଫା ଓ ମହିଳାଙ୍କ ସୁରକ୍ଷା ଦାବିରେ ଆସନ୍ତା ୩୦ ତାରିଖରେ ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ଆଜି ରାଜଧାନୀରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଉତ୍ସବରେ ଅନନ୍ତକୁ ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ରାଜଧାନୀ ରାଜନୀତି ବେଶ ସରଗରମ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos