ଆର୍‌ଏସ୍‌ପି ବ୍ଲକ୍‌ ଫର୍ଣ୍ଣେସ୍‌ରୁ ଗ୍ୟାସ୍‌ ଲିକ୍‌, ୪ ଶ୍ରମିକ ଅସୁସ୍ଥ

rsp

ରାଉରକେଲା (ଓଡ଼ିଶା ରିପୋର୍ଟର): ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆଏସ୍‌ପି) ବ୍ଲାଷ୍ଟ ଫର୍ଣ୍ଣେସ୍-୫ରୁ ଗ୍ୟାସ୍ ନିର୍ଗତ ହୋଇ ୪ ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖାଯାଇଥିବା ଜଣାପଡ଼ିଛି। ଏହି ଶ୍ରମିକମାନେ ଟାଟା ପ୍ରୋଜେ ଲିମିଟେଡ୍ ଅଧୀନରେ ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ କାମ କରୁଥିଲେ। ଦୁର୍ଘଟଣାର କାରଣ ଜାଣିବାକୁ ୩ ଜାଣିବା ପାଇଁ ତଦନ୍ତ କମିଟି ଗଠନ କରିଛନ୍ତି ଆରଏସ୍‌ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର।

Previous ArticleNext Article

Send this to a friend