କାଲି ଥିଲା ଶିବଙ୍କ ପାଖକୁ ଯାତ୍ରା, ଆଜି ହେଲା ଶବ ଶୋଭାଯାତ୍ରା: ଗୋଟିଏ ଜାଗାରେ ଜଳିଲା ୯ଟି ଜୁଇ
ଗାଁ ଦାଣ୍ଡରେ ଶବ ଶୋଭାଯାତ୍ରା। ମଶାଣି ଯାଏଁ ଲମ୍ୱିଛି ଏହି ଶୋଭାଯାତ୍ରା। ହଜାର ହଜାର ମଣିଷ ଏଥିରେ ସାମିଲ ହୋଇଥିଲେ। ରାମନାମ ସତ୍ୟ ହେ, ହରିନାମ ସତ୍ୟ ହେ ଛଡ଼ା ଆଉ ଦ୍ୱିତୀୟ ଶବ୍ଦ ନାହିଁ। ଆଖିର ଲୁହ ଛଡ଼ା କାହାରି ମୁହଁରେ କିଛି ବି ଭାଷା ନାହିଁ। ସମସ୍ତେ ନିର୍ବାକ୍, ନିରବ। ତିନିଟି ଟ୍ରାକ୍ଟରରେ ଶବ ଶୋଭାଯାତ୍ରା ମଶାଣିକୁ ଯାଉଥିଲା। ଏପଟେ ଲୁହ ସାଗରରେ ବୁଡ଼ିଥିଲା ପ୍ରିୟଜନଙ୍କୁ ହରାଇ ଥିବା ପରିବାର। ଯିଏ ଯେଉଁଠି ବସିଛି ସେଇଠି, ଖବର ଆସିବା ପରଠୁ ଚୁଲି ଜଳିନି। ପଦ୍ମନୀ ନାଥଙ୍କ ଉପରେ ଯେମିତି ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼। କେଇ ମାସ ପୂର୍ବରୁ ସ୍ୱାମୀଙ୍କୁ ହରାଇ ଥିଲେ, ବାପ ଘରକୁ ଆସି ମା’ ସହ ମିଶି ଦୁଃଖ କଷ୍ଟରେ ନିଜ ସଂସାର ନାଆ ବାହୁଥିଲା ବେଳେ ପୁଣି ବଇରୀ ସାଜିଲା ଦଇବ। ଦୁର୍ଘଟଣାରେ ନିଜ ମା’ ଓ ଝିଅଙ୍କୁ ହରାଇ ଯେମିତି ପଥର ପାଲଟି ଯାଇଛନ୍ତି ପଦ୍ମିନୀ। ଏପଟେ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଯାଇଛି ବୈଜୟନ୍ତୀ ସାହୁଙ୍କ ପରିବାର। ଏକାବେଳକେ ବାପା-ମାଆଙ୍କୁ ହରାଇ ପାଗଳ ପ୍ରାୟ ହୋଇଯାଇଛନ୍ତି ବୈଜୟନ୍ତୀ।
ଗୋଟିଏ ସ୍ଥାନରେ ଜଳିଲା ୯ଟି ଜୁଇ। ଛାତି କୋରି ହୋଇଗଲା ଭଳି ସ୍ଥିତି। କୁହାଯାଏ, ଦୁନିଆ ଦୁଇଟି ନିଆଁ। ଏନ୍ତୁଡ଼ି ଶାଳରେ ଗୋଟିଏ, ମଶାଣିଭୂଇଁରେ ଗୋଟିଏ। ଇଏ ଜୀବନର ଅନ୍ତିମ ସତ୍ୟ। ହେଲେ ଏ ସତକୁ ଯେ ପରମାଣପୁରବାସୀ ଏମିତି ସାମ୍ନା କରିବେ ତାହା କଳ୍ପନା ବାହାରେ ଥିଲା। ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ନଅ ନଅଟି ମଣିଷଙ୍କୁ ଏମିତି ଗାଁରୁ ବିଦାୟ ଦେବାକୁ ହେବ, ତାହା କେହି ବି ବିଶ୍ୱାସ କରି ପାରୁନାହାନ୍ତି। ଖାଲି ପରମାଣପୁର ନୁହେଁ, ଆଖପାଖ ଗାଁ ଲୋକେ, ବିଭିନ୍ନ ଦଳର ରାଜନେତା ସମସ୍ତେ ଗାଁର ଏ ଦୁଃଖରେ ସାମିଲ ହୋଇ ଚିହ୍ନା ଅଚିହ୍ନା ମୁହଁର ଶେଷ ଦର୍ଶନ କରିଥିଲେ। ଏଭଳି ଦୁଃଖରେ ଆଗକୁ ଆସୁଥିବା ଗଣପର୍ବ ନୂଆଖାଇକୁ ନପାଳିବାକୁ ଗାଁଲୋକେ ନିଷ୍ପତ୍ତି ନେଇଛନ୍ତି।
Ordigital Desk
• Published: Tuesday, 22 August 2017
• Updated: 22 August 2017, 08:20 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos