କେମିତି ଗଲା ସୁହାନୀର ଜୀବନ? ଏସ୍‌ପି କହିଲେ, ଅନ୍‌ଲାଇନ୍‌ ଗେମ୍ କାରଣ ନୁହେଁ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରର ଧନକଉଡ଼ାର କିଶୋରୀ ଝିଅ ସୁହାନୀ ରାଉତ ଆତ୍ମହତ୍ୟା ପଛରେ ଘାତକ ଅନ୍‌ଲାଇନ୍‌ ଗେମ୍ ବ୍ଲୁ ହ୍ୱେଲ୍ କାରଣ ନୁହେଁ। ଘଟଣା ସଂପର୍କରେ ପ୍ରାଥମିକ ତଦନ୍ତ ପରେ ଏହି ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ସଞ୍ଜୀବ ଅରୋରା। ଅନ୍ଲାଇନ୍ ଗେମ୍ ବ୍ଲୁ ହ୍ୱେଲ୍ ଖେଳିବା ପରେ ଏଥିରୁ ଉତ୍ସାହିତ ହୋଇ ୧୫ ବର୍ଷୀୟା ସୁହାନୀଙ୍କ ଆତ୍ମହତ୍ୟା କରିଥିବା କିଛି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଧନୁପାଲି ପୋଲିସ୍ ଆଜି ଏହି ମାମଲାରେ ଏକ […]

sambalpur student sucid

sambalpur student sucid

Rakesh Mallick
  • Published: Wednesday, 23 August 2017
  • Updated: 25 August 2017, 07:44 AM IST

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରର ଧନକଉଡ଼ାର କିଶୋରୀ ଝିଅ ସୁହାନୀ ରାଉତ ଆତ୍ମହତ୍ୟା ପଛରେ ଘାତକ ଅନ୍‌ଲାଇନ୍‌ ଗେମ୍ ବ୍ଲୁ ହ୍ୱେଲ୍ କାରଣ ନୁହେଁ। ଘଟଣା ସଂପର୍କରେ ପ୍ରାଥମିକ ତଦନ୍ତ ପରେ ଏହି ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ସଞ୍ଜୀବ ଅରୋରା। ଅନ୍ଲାଇନ୍ ଗେମ୍ ବ୍ଲୁ ହ୍ୱେଲ୍ ଖେଳିବା ପରେ ଏଥିରୁ ଉତ୍ସାହିତ ହୋଇ ୧୫ ବର୍ଷୀୟା ସୁହାନୀଙ୍କ ଆତ୍ମହତ୍ୟା କରିଥିବା କିଛି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଧନୁପାଲି ପୋଲିସ୍ ଆଜି ଏହି ମାମଲାରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସମ୍ୱଲପୁର ଏସ୍‌ପି ସଞ୍ଜୀବ ଅରୋରା କହିଛନ୍ତି- ପ୍ରାଥମିକ ତଦନ୍ତ ବେଳେ ଏହି ମୃତ୍ୟୁ ପଛରେ ବ୍ଲୁ ହ୍ୱେଲ୍ ଗେମ୍ କାରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ଜଣାପଡ଼ିଲା ସେମିତି କିଛି କାରଣ ନାହିଁ। ଆମେ ସୁହାନୀର ମୋବାଇଲ୍ ଫେ।ନ୍ ସିଜ୍ କରି ଅଧିକ ଯାଞ୍ଚ୍ ପାଇଁ ଦେଇଛୁ। ପାରିବାରିକ ଅଶାନ୍ତି ମଧ୍ୟ ସୁହାନୀ ମୃତ୍ୟୁର କାରଣ ହୋଇଥାଇ ପାରେ ବୋଲି ସେ କହିଛନ୍ତି। କିନ୍ତୁ ତଦନ୍ତ ପରେ ହିଁ କୌଣସି ଚୂଡ଼ାନ୍ତ କାରଣ ବିଷୟରେ କହିହେବ।
ତେବେ ମୃତ ସୁହାନୀର ମାଆ କହିଛନ୍ତି- ବ୍ଲୁ ହ୍ୱେଲ୍ ଖେଳ ପ୍ରତି ଝିଅ ଆଡିକ୍ଟ ହୋଇଯାଇଛି ବୋଲି ଆମେ ଭାବୁଥିଲୁ। ସୁହାନୀର ବ୍ୟବହାର ସଂପର୍କରେ ତା ସାଙ୍ଗ ଆମକୁ କହିଥିଲା। ସୁଇସାଇଡ୍ କରିବା ପୂର୍ବରୁ ଯଦି ସେମିତି କିଛି ସେ କରିଥିବ ବୋଲି ଆମେ ଭାବୁଛୁ। ପ୍ରଥମେ ଆମେ ଭାବୁଥିଲେ ଏହା ଏକ ମାମୁଲି ଅନ୍ଲାଇନ୍ ଗେମ୍, କିନ୍ତୁ ଏବେ ଭାବୁଛୁ ତାହା ଆଦୌ ସାଧାରଣ ନୁହେଁ। ଆମେ ଗେମ୍ ବିଷୟରେ ତ ନିଶ୍ଚିତ କରି କିଛି କହିପାରିବୁ ନାହିଁ। କିନ୍ତୁ ମୋ ଝିଅ ସୁଇସାଇଡ୍ କରିବା ପିଲା ନୁହେଁ।
ଗତ ସୋମବାର ଦିନ ସୁହାନୀ ସମ୍ୱଲପୁରସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଖବର ଆସିଥିଲା। ଘର ଭିତରୁ ତାକୁ ଝୁଅନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos