ସିଙ୍ଗଡ଼ାର ଦାମ ୧୧୮ ଟଙ୍କା

ସମସା ବା ସିଙ୍ଗଡ଼ା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼େ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ବଜାର ଗଲେ ସିଙ୍ଗଡ଼ାର ବାସ୍ନା ଆସିଲେ ନିଜକୁ ରୋକି ପାରନ୍ତି ନାହିଁ। ନିଜେ ଖାଆନ୍ତି ଓ ପରିବାର ପାଇଁ ଧରି ଆସିଥାନ୍ତି। ଭାରତରେ ଏହା ୧୦ରୁ ୨୦ ଟଙ୍କା ଭିତରେ ଆରାମରେ ମିଳିଯାଇଥାଏ। କିନ୍ତୁ ବିଦେଶରେ ଏହା ଭାରି ମହଙ୍ଗା। ଭାରତ  ଭଳି ୨୦ରୁ ୫୦ ଟଙ୍କାରେ ସିଙ୍ଗଡ଼ା ମିଳି ନଥାଏ। ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଠାରେ ଗୋଟିଏ ସମସାର ମୂଲ୍ୟ ୧୧୮ ଟଙ୍କା ୫୨ ପଇସା। ଯଦି ଦୁଇଟା ସିଙ୍ଗଡ଼ା ଖାଇବେ ତାହାହେଲେ ଆପଣଙ୍କୁ ୩୦୦ ଟଙ୍କା ଦେବାକୁ ପଡ଼ିବ।

ମନରେ ପ୍ରଶ୍ନ ଆସୁଥିବ ଏହା କେଉଁଠି ମିଳେ। ସେ ହେଉଛି ଆମେରିକାରେ। ଏଠି ଗୋଟିଏ ସିଙ୍ଗଡ଼ାର ମୂଲ୍ୟ ୧.୭୯ ଡଲାର। ଭାରତୀୟ ମୁଦ୍ରାରେ ୧୧୮ ଟଙ୍କା ୫୨ ପଇସା। ଯଦି ଦୁଇଟା ସିଙ୍ଗଡ଼ା ଖାଇବେ, ତା’ହେଲେ ଆପଣଙ୍କୁ ୩.୫୮ ଡଲାର ଦେବାକୁ ପଡ଼ିବ। ଭାରତୀୟ ମୁଦ୍ରା ଅନୁସାରେ ୩୦୦ ଟଙ୍କା ଦେବାକୁ ପଡ଼ିବ। ଆମେରିକାରେ ଦୁଇଟି ସିଙ୍ଗଡ଼ା ଖାଇବାକୁ ୩୦୦ ଟଙ୍କା ଦେବାକୁ ପଡ଼ିଥାଏ।

 

 

Previous ArticleNext Article

Send this to a friend