କାହାର ନାଁରେ ହେବ ସପନେ ସେତୁ: ପ୍ରସନ୍ନ ପଣ୍ଡା ନା ସୁରେନ୍ଦ୍ର ସାଏ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଦ୍&zwnj;ଘାଟିତ ହେଲା ହୀରାକୁଦ ଜଳଭଣ୍ଡାରର ଇବ୍ ନଦୀ ଉପରେ ନବନିର୍ମିତ ସପନେ ସେତୁ। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍&zwnj;ଘାଟନ କରିଛନ୍ତି। ୧୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଢେଇ କିଲୋମିଟର ଦୀର୍ଘ ସେତୁ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଏହା ଦ୍ୱାରା ସମ୍ବଲପୁର, ରେଙ୍ଗାଲି ଓ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ। ପୂର୍ବରୁ ହୀରାକୁଦ ଡ୍ୟାମ୍ ପାରି ହୋଇ, ନଚେତ୍ ବ୍ରଜରାଜ ନଗର-ବେଲପାହାଡ଼ ଦେଇ ଲୋକେ ଲଖନପୁର ଯାଉଥିଲେ। ତେବେ ଏହି ସେତୁ ଦ୍ୱାରା ପ୍ରାୟ ୫୦ କିଲୋମିଟର ବାଟ କମିଯାଇଛି। ସେପଟେ ସେତୁର ନାମକରଣକୁ ନେଇ ବିବାଦ ଲାଗିରହିଥିବାରୁ ବିନା ନାମକରଣରେ ଏହାକୁ ଉଦ୍&zwnj;ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।&nbsp; ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଏହାକୁ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପ୍ରସନ୍ନ ପଣ୍ଡାଙ୍କ ନାଁରେ ନାମିତ କରିବାକୁ ଦାବି କରୁଥିବା ବେଳେ ଆଉ କିଛି ସଂଗଠନ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ଦାବି କରୁଛନ୍ତି।</p>

Ordigital Desk
  • Published: Sunday, 15 April 2018
  • Updated: 15 April 2018, 09:26 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଦ୍&zwnj;ଘାଟିତ ହେଲା ହୀରାକୁଦ ଜଳଭଣ୍ଡାରର ଇବ୍ ନଦୀ ଉପରେ ନବନିର୍ମିତ ସପନେ ସେତୁ। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍&zwnj;ଘାଟନ କରିଛନ୍ତି। ୧୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଢେଇ କିଲୋମିଟର ଦୀର୍ଘ ସେତୁ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଏହା ଦ୍ୱାରା ସମ୍ବଲପୁର, ରେଙ୍ଗାଲି ଓ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ। ପୂର୍ବରୁ ହୀରାକୁଦ ଡ୍ୟାମ୍ ପାରି ହୋଇ, ନଚେତ୍ ବ୍ରଜରାଜ ନଗର-ବେଲପାହାଡ଼ ଦେଇ ଲୋକେ ଲଖନପୁର ଯାଉଥିଲେ। ତେବେ ଏହି ସେତୁ ଦ୍ୱାରା ପ୍ରାୟ ୫୦ କିଲୋମିଟର ବାଟ କମିଯାଇଛି। ସେପଟେ ସେତୁର ନାମକରଣକୁ ନେଇ ବିବାଦ ଲାଗିରହିଥିବାରୁ ବିନା ନାମକରଣରେ ଏହାକୁ ଉଦ୍&zwnj;ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।&nbsp; ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଏହାକୁ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପ୍ରସନ୍ନ ପଣ୍ଡାଙ୍କ ନାଁରେ ନାମିତ କରିବାକୁ ଦାବି କରୁଥିବା ବେଳେ ଆଉ କିଛି ସଂଗଠନ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ଦାବି କରୁଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos